/odishatv-khabar/media/post_attachments/uploadimage/library/16_9/16_9_0/covid19-3_1626697716.jpg)
covid19
ପାଟନା: ବିହାରର ପଛୁଆ ବର୍ଗ ମନ୍ତ୍ରୀ ବିନୋଦ କୁମାର ସିଂ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଟିହାରର ଜିଲ୍ଲା କଲେକ୍ଟର ସୂଚନା ଦେଇ କହିଛନ୍ତି ଯେ ପତି-ପତ୍ନୀ ଦୁହେଁ ଏକ ଘରୋଇ ହୋଟଲରେ ଥିବା ଆଇସୋଲେସନ ୱାର୍ଡରେ ରହିଛନ୍ତି। ବିହାରର କଟିହାର ଜିଲ୍ଲାର ପ୍ରାଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ହେଉଛନ୍ତି ବିନୋଦ କୁମାର ସିଂ। ବିନୋଦଙ୍କ ସଂସ୍ପର୍ଶରେ ଅନ୍ୟ କେଉଁମାନେ ଆସିଛନ୍ତି ସେମାନଙ୍କର ଯାଞ୍ଚ କରାଯାଉଛି। ଯାହାଦ୍ୱାରା ସେମାନଙ୍କର ନମୁନା ମଧ୍ୟ ଯାଞ୍ଚ କରାଯାଇପାରିବ। ବିନୋଦଙ୍କ ନମୁନା ପାଟନାରେ ପରୀକ୍ଷା କରାଯାଇଥିଲା।
ଏହାପୂର୍ବରୁ ଜୁନ୍ ୨୨ରେ ବିହାରର ଦରଭଙ୍ଗା ଜିଲ୍ଲାର ଜାଲେ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ଜିବେଶ କୁମାର ମିଶ୍ର କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ପାଟନା ସ୍ଥିତ ଏମ୍ସ(AIIMS)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ଆର୍ଜେଡ଼ି(RJD)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ଜୁନ୍ ୧୭ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଜୁନ୍୧୬ରେ ରଘୁବଂଶଙ୍କ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପାଟନା ସ୍ଥିତ ଏମ୍ସରେ(AIIMS)ରେ ଭର୍ତ୍ତି କରାଯାଇଥିଲା। ତା’ପର ଦିନ ପରୀକ୍ଷା ରିପୋର୍ଟରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)