/odishatv-khabar/media/post_attachments/uploadimage/library/16_9/16_9_0/bihar-election_1625261868.jpg)
bihar-election
ପାଟନା: ବିହାର ନିର୍ବାଚନରେ NDA ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ଘୋଷଣା କରିଛନ୍ତି ନୀତୀଶ କୁମାର। ବିହାର ବିଧାନସଭାର ୨୪୩ ସିଟ୍ରୁ JDUକୁ ୧୨୨ ଟି ଆସନ ମିଳିଛି। ଜେଡିୟୁ ଭାଗରୁ ୭ଟି ଆସନ ଜିତନ ରାମ ମାଂଝୀଙ୍କ ଦଳ “ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା”କୁ ଦିଆଯିବ।
ଅନ୍ୟପଟେ ବିଜେପିକୁ ମିଳିଥିବା ୧୨୧ଟି ଆସନ ମଧ୍ୟରୁ ଦଳ ୫ଟି ଆସନ ମୁକେଶ ସାହାଣୀଙ୍କ ଦଳ ଭିଆଇପି(ବିକାଶଶୀଳ ଇନ୍ସାନ୍ ପାର୍ଟି)କୁ ଦିଆଯିବ ବୋଲି କୁହାଯାଉଛି। ଜେଡିୟୁ ୭ଟି ଆସନ ଜିତନ ରାମ ମାଂଝୀଙ୍କୁ ଦେଲେ ୧୧୫ଟି ଆସନରେ ପ୍ରାର୍ଥୀ ଦେବ। ସେହିପରି ବିଜେପି ୧୧୬ ଆସନରେ ସିଟ୍ ଦେବ ବୋଲି କୁହାଯାଉଛି। ସୂଚନା ଥାଉକି, ଏହି ମେଣ୍ଟରୁ ରାମ୍ ବିଳାସ ପାସ୍ୱାନଙ୍କ ପାର୍ଟି ଅଲଗା ହୋଇ ସାରିଛି।
ଆସନ ବୁଝାମଣା ବେଳେ ବିରୋଧୀ ଦଳ ଅଭିଯୋଗର ଜବାବ ଦେବା ସହିତ କଡ଼ା ସମାଲୋଚନା କରିଥିଲେ ନୀତୀଶ କୁମାର। ବିଜେପି- ଜେଡିୟୁ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିଏ କେଉଁଠି ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ମତ ପାର୍ଥକ୍ୟ ନାହିଁ ବୋଲି ନୀତୀଶ କହିଛନ୍ତି। ସେହିପରି ନୀତୀଶଙ୍କ ନେତୃତ୍ୱରେ ଏନ୍ଡିଏ ବିହାରରେ ନର୍ବାଚନ ଲଢ଼ିବ ବୋଲି ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି କହିଛନ୍ତି। ଏଲ୍ଜେପି କେନ୍ଦ୍ରରେ ବିଜେପି ସହିତ ରହିଥିବା ବେଳେ ବିହାରରେ ମେଣ୍ଟରୁ ଓହରି ଯାଇଛି। ତେବେ ଦଳ ତା’ର ପ୍ରଚାର ବ୍ୟାନରରେ ମୋଦିଙ୍କ ଫଟୋ ବ୍ୟବହାର କରୁଛି ବୋଲି ସୁଶିଲ ମୋଦି ଅଭିଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦଳ ଏ ବିଷୟରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି।
ଏନେଇ ସୁଶିଲ କହିଛନ୍ତି “ କେବଳ ୪ଟି ପାର୍ଟି ଏନ୍ଡିଏର ସାମିଲ ଅଛନ୍ତି। କେବଳ ସେମାନେ ହିଁ ମୋଦିଙ୍କ ଫଟୋ ବ୍ୟବହାର କରିପାରିବେ। ଅନ୍ୟ କାହାକୁ ମୋଦିଙ୍କ ଫଟୋ ବ୍ୟବହାର କରିବାର ଅଧିକାର ନାହିଁ। ଆବଶ୍ୟକ ପଡ଼ିଲେ ଆମେ ନିର୍ବାଚନ କମିଶନଙ୍କୁ ଏ ବିଷୟରେ ଚିଠି ଲେଖି ଜଣାଇବୁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ କିଏ କେତେ ସିଟ୍ ଜିତିବ ସେ ନେଇ କୌଣିସି ସମସ୍ୟା ନାହିଁ, କିନ୍ତୁ ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)