/odishatv-khabar/media/post_attachments/uploadimage/library/16_9/16_9_0/rape-case_1625240463.jpg)
rape-case
ବକ୍ସର: ଉତ୍ତରପ୍ରଦେଶ ପରେ ଏବେ ବିହାରରେ ବି ଛାତି ଥରାଇ ଦେଲା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରବିବାର ବିହାର ବକ୍ସର ଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରି ମହିଳାଙ୍କ ଶାଢ଼ିରେ ବାନ୍ଧି ଉଭୟଙ୍କୁ ବୁଦା ଭିତରକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।
ଘଟଣାସ୍ଥଳ ଦେଇ ଯାଉଥିବା ଗାଁ ଲୋକେ ପ୍ରଥମେ ମହିଳାଙ୍କୁ ବେହୋସ୍ ଅବସ୍ଥାରେ ଦେଖିବା ପରେ ଖବର ବ୍ୟାପୀ ଯାଇଥିଲା। ଏହାପରେ ଉକ୍ତ ସ୍ଥାନରେ ମହିଳାଙ୍କ ପରିବାର ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ।
ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନା ନେଇଥିଲା। ହୋସ୍ ଆସିବା ପରେ ପୋଲିସ ମହିଳାଙ୍କ ଠାରୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଏହାପରେ ମହିଳାଙ୍କ ଡାକ୍ତରୀମାଇନା ପାଇଁ ହସ୍ପିଟାଲ ପଠାଇବା ସହିତ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଡୁମରାୱ ଡିଏସ୍ପିଙ୍କ ସୂଚନା ଅନୁଯାୟୀ ବୟାନ ରେକର୍ଡ ବେଳେ ମହିଳା ଦୁଇ ଅଭିଯୁକ୍ତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ବକ୍ସର ହସ୍ପିଟାଲ ପଠାଇଛି। ତେବେ ପିଲାଟିର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଅଧିକ ତଥ୍ୟ ମିଳିବ ବୋଲି ଡିଏସ୍ପି କହିଛନ୍ତି। ତେବେ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଏପଟେ ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବାନୁସାରେ, ମହିଳା ଜଣଙ୍କ ବ୍ୟାଙ୍କର ଟଙ୍କା ଜମା କରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଧରି ନେଇ ଦିନରୁ ରାତି ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ପୀଡ଼ିତା ବେହୋସ ହୋଇଯିବା ପରେ ସେମାନେ ମୃତ ଭାବି ଝିଅକୁ ମାରି ଉଭୟଙ୍କୁ ବୁଦା ଭିତରକୁ ପିଙ୍ଗି ଦେଇଥିଲେ। ତେବେ ଅଭିଯୁକ୍ତଙ୍କ ସହିତ ପୂର୍ବରୁ ମହିଳାଙ୍କର ବିବାଦ ଥିଲା ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)