Advertisment

ଦୁର୍ବଳ ହେଉଛି କି ଟିଏମ୍‌ସି ? ମମତାଙ୍କ ହାତ ଛାଡ଼ି ବିଜେପିରେ ମିଶିଲେ ଆଉ ୪ ନେତା

କୋଲକାତା: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଦୁର୍ବଳ ହେଉଛି ମମତାଙ୍କ ଦଳ। ଦଳର ଗୋଟିଏ ପରେ ଗୋଟିଏ ନେତା ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଆଜି ପୁଣି ୪ ଟିଏମ୍‌ସି ନେତା ବିଜେପିରେ ସାମିଲ ହୋଇଛନ୍ତି। ବିଧାନନଗର ମେୟର ଇନ୍‌ କାଉନ୍‌ସିଲ୍‌ ଦେବାଶିଷ ଜାନାଙ୍କ ସହିତ ଆନସୋଲ୍‌ର ତିନ କାଉନସିଲର ଆଜି ରାଜଧାନୀ କୋଲକାତାରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଗତ ମଙ୍ଗଳବାର ଟିଏମ୍‌ସିର ଦୁଇଥର ବିଧାୟକ ହୋଇସାରିଥିବା ଟାଣୁଆ ନେତା […]

author-image
Abinash Pati
ଦୁର୍ବଳ ହେଉଛି କି ଟିଏମ୍‌ସି ? ମମତାଙ୍କ ହାତ ଛାଡ଼ି ବିଜେପିରେ ମିଶିଲେ ଆଉ ୪ ନେତା

tmc

କୋଲକାତା: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଦୁର୍ବଳ ହେଉଛି ମମତାଙ୍କ ଦଳ। ଦଳର ଗୋଟିଏ ପରେ ଗୋଟିଏ ନେତା ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଆଜି ପୁଣି ୪ ଟିଏମ୍‌ସି ନେତା ବିଜେପିରେ ସାମିଲ ହୋଇଛନ୍ତି। ବିଧାନନଗର ମେୟର ଇନ୍‌ କାଉନ୍‌ସିଲ୍‌ ଦେବାଶିଷ ଜାନାଙ୍କ ସହିତ ଆନସୋଲ୍‌ର ତିନ କାଉନସିଲର ଆଜି ରାଜଧାନୀ କୋଲକାତାରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

Advertisment

ଏହା ପୂର୍ବରୁ ଗତ ମଙ୍ଗଳବାର ଟିଏମ୍‌ସିର ଦୁଇଥର ବିଧାୟକ ହୋଇସାରିଥିବା ଟାଣୁଆ ନେତା ଜିତେନ୍ଦ୍ର ତିୱାରୀ ମଧ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବେଙ୍ଗଲ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ଜିତେନ୍ଦ୍ର।

[caption id="attachment_249464" align="alignleft" width="395"]publive-image ବିଧାନନଗର ମେୟର ଇନ୍‌ କାଉନ୍‌ସିଲ୍‌ ଦେବାଶିଷ ଜାନା[/caption]

Advertisment

ତେବେ ଟିଏମ୍‌ସିରୁ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ଚାଲିଯିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦଳର ପୁରୁଖା ଓ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ରହିସାରିଥିବା ଶୁଭେନ୍ଦୁ ଆଧିକାରୀ ଟିଏମ୍‌ସି ଛାଡ଼ିବା ପରେ ଅନ୍ୟ ନେତାମାନେ ମଧ୍ୟ ଲାଗତର ବିଦ୍ରୋହ କରୁଛନ୍ତି।

ନିକଟରେ ଅନେକ ନେତା ଟିଏମ୍‌ସି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ, କ୍ରିକେଟରରୁ ନେତା ସାଜିଥିବା ଲକ୍ଷ୍ମୀ ରତ୍ନ ଶୁକ୍ଲା, ପୂର୍ବତନ ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଓ ବୈଶାଳୀ ଡାଲ୍‌ମିଆ ପ୍ରମୁଖ ନେତା ରହିଛନ୍ତି। ବହୁ ସଂଖ୍ୟାରେ  ଟିଏମ୍‌ସି ନେତା ବିଜେପିରେ ସାମିଲ୍ ହେବା ପରେ ବିଜେପି ଟିଏମ୍‌ସି ନେତାଙ୍କୁ ବେଆଇନ୍ ଭାବେ ଦଳରେ ସାମିଲ୍ କରୁଛି ବୋଲି ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ମଧ୍ୟ ଦଳରେ ବହୁ ସଂଖ୍ୟାରେ ନେତାଙ୍କ ସାମିଲ୍ ଉପରେ ରୋକ୍ ଲଗାଇଥିଲା।

ଦଳରେ ସାମିଲ୍ ନେଇ ରୋକ୍‌ ଲଗାଇଥିଲା ବିଜେପି

ରାଜ୍ୟରେ ଅନେକ ଟିଏମ୍‌ସି ନେତା ମମତାଙ୍କ ହାତ ଛାଡ଼ି ବିଜେପିରେ ମିଶିବା ପରେ ଦଳର ସାମିଲ୍ କରିବା ଉପରେ ରୋକ୍‌ ଲଗାଥିଲା ବିଜେପି। ସମସ୍ତଙ୍କୁ ଦଳରେ ସାମିଲ୍ କରାଯିବ ନାହିଁ ବୋଲି ବିଜେପି ଘୋଷଣା କରିଥିଲା। କାରଣ ବିଜେପି ଶାସକ ଦଳର ବି- ଟିମ୍‌ ହେବାକୁ ଚାହୁଁନି। ତେବେ ସ୍ଥାନୀୟ ନେତାଙ୍କ ସହିତ ଚର୍ଚ୍ଚା ପରେ ହାତଗଣତି ନେତାଙ୍କୁ ଦଳରେ ସାମିଲ୍ କରାଯିବ ବୋଲି କହିଥିଲା ବିଜେପି।

[caption id="" align="aligncenter" width="900"]Kailash Vijayvargiya ବେଙ୍ଗଲ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ[/caption]

ବିଜେପି ପ୍ରଭାରୀ କୈଳାଶ ବିଜୟ ବର୍ଗୀୟଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ଟିଏମ୍‌ସି।

ରାଜ୍ୟରେ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ତୃଣମୂଳ କଂଗ୍ରେସ। ରାଜ୍ୟରେ କୀର୍ତ୍ତନ ଗାୟକମାନଙ୍କୁ ଭତ୍ତା ଦେବାକୁ କହି ପ୍ରଲୋଭନ ଦେଖାଇଥିବା ଟିଏମ୍‌ସି ଅଭିଯୋଗ କରିଛି। ଯାହା ଇଲେକ୍ସନ ମୋଡେଲ୍ କୋଡ୍ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ ବୋଲି କହିଛି ତୃଣମୂଳ କଂଗ୍ରେସ। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ କୀର୍ତ୍ତନ ଗାୟକଙ୍କୁ ଏପରି ପ୍ରତିଶ୍ରୁତି ଦେଇଥିଲା ବିଜେପି। ଆଉ ଆଜି ଟିଏମ୍‌ସି ମନ୍ତ୍ରୀ ଫିରହାଦ ହକିମଙ୍କର ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ(ମୁଖ୍ୟ ନିର୍ବାଚନ ଅଧିକାରୀ)ଙ୍କୁ ଭେଟି ବେଙ୍ଗଲ ବିଜେପି ପ୍ରଭାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଟିଏମ୍‌ସି। କେନ୍ଦ୍ରର ବିଭିନ୍ନ ଯୋଜନା ଓ କୋଭିଡ୍‌-୧୯ ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଉଛି, ୟାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଟିଏମ୍‌ସିର ଏକ ପ୍ରତିନିଧି ଦଳ।

Advertisment
Advertisment