Advertisment

ଆମେରିକାରେ କରୋନା ସଂକ୍ରମଣ କମିବାର ୨ଟି ବଡ କାରଣ କହିଲେ ବାଇଡେନ

ୱାଶିଂଟନ: ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର…

author-image
Chandan Shishu
ଅଦ୍ୟତନ ହୋଇଛି
ଆମେରିକାରେ କରୋନା ସଂକ୍ରମଣ କମିବାର ୨ଟି ବଡ କାରଣ କହିଲେ ବାଇଡେନ

biden

ୱାଶିଂଟନ: ଆମେରିକାରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଶୀର୍ଷରେ ଥିବା ବେଳେ ଦୈନିକ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମାତ୍ର ଏବେ ସଂଖ୍ୟା ୪୦ ହଜାରକୁ ଖସି ଆସିଛି। ଜୋରଦାର ଟିକାକରଣ ସାଙ୍ଗକୁ କରୋନା ନିୟମର କଡ଼ା ଅନୁପାଳନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଫଳରେ କିଛି ରାଜ୍ୟରେ ବାଧ୍ୟତାମୂଳକ ମାସ୍କ ନିୟମକୁ ବି କୋହଳ କରାଯାଇଛି। ସେହିପରି ଜୁଲାଇ ସୁଦ୍ଧା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବା ଆଶା କରାଯାଉଛି। ଏହା ହେଲେ ଶିକ୍ଷାବର୍ଷ ଆରମ୍ଭରୁ ଅର୍ଥାତ୍ ଅଗଷ୍ଟରୁ ଏଠାକାର ସ୍କୁଲ ଓ କଲେଜ ଖୋଲିଯିବା ସମ୍ଭାବନା ରହିଛି।

Advertisment

ତେବେ କରୋନା ମାଡ଼ରେ ତ୍ରସ୍ତ ଆମେରିକା କିଭଳି ସ୍ଥିତି ଉପରେ ପାଇଲା ନିୟନ୍ତ୍ରଣ? କୁହାଯାଉଛି ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଓ କୋଭିଡ୍ ନିୟମର କଡ଼ା ଅନୁପାଳନ ଦ୍ୱାରା ଏହା ସମ୍ଭବ ହୋଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ ପଦ ସମ୍ଭାଳିବା ପରେ ଟିକାକରଣ ଅଭିଯାନକୁ ଜୋରଦାର କରିଥିଲେ। ତାସହିତ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାରକୁ ଅତି କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା ଯାହାର ରେଜଲ୍ଟ ଖୁବ୍ ଶୀଘ୍ର ଦେଖିବାକୁ ମିଳିଛି।

ସଂକ୍ରମଣ କମିବା ପରେ ଅନେକ ରାଜ୍ୟରେ ବାଧ୍ୟତାମୂଳକ ମାସ୍କ ନିୟମକୁ କୋହଳ କରାଯାଇଛି। ହୋଟେଲ, ରେସ୍ତୋରାଁ, ସିନେମା ହଲ୍, ଅଡିଟୋରିୟମ, ଜିମ୍, ସାଲୋନ୍ ଆଦି ଧିରେ ଧିରେ ଖୋଲିବାକୁ ଆରମ୍ଭ କରିଛି। ଏହାସତ୍ତ୍ୱେ ଲୋକେ କୋଭିଡ୍ ନିୟମ ପାଳନ କରୁଛନ୍ତି। ଅନ୍ୟପକ୍ଷରେ ୧୮ ବର୍ଷରୁ କମ୍ ବୟସର କିଶୋର କରୋନାର ବାହକ ସାଜୁଥିବାରୁ ସେମାନଙ୍କ ସମୂହ ଟିକାକରଣ ଲାଗି ଅଭିଯାନ ଆରମ୍ଭ ହୋଇଛି। ୧୨ରୁ ୧୫ ବର୍ଷ ସୀମା ଭିତରେ ଆସୁଥିବା ପ୍ରାୟ ଏକ କୋଟି ୭୦ ଲକ୍ଷ ପିଲାଙ୍କୁ ଫାଇଜର ଟିକା ଦେବା ଲାଗି ବାଇଡେନ୍ ପ୍ରଶାସନ ଅନୁମତି ଦେଇଛି।

Advertisment

ଆମେରିକା କରୋନା ସ୍ଥିତିରେ ସୁଧାର ଆସିବା ପରେ ଏଠାରେ ରହୁଥିବା ପ୍ରବାସୀ ଓଡିଆ ଆଶ୍ୱସ୍ତ ହୋଇଛନ୍ତି।  ତେବେ ଭାରତ ଓ ଓଡ଼ିଶାରେ ସଂକ୍ରମଣ ଉଗ୍ର ରୂପ ଧାରଣ କରିବା ସେମାନଙ୍କୁ ବ୍ୟଥିତ କରିଛି। ଟିକା ନେବା ସହ କରୋନା ନିୟମ ପାଳିବା ଲାଗି ସେମାନେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମେରିକାରେ ରହୁଥିବା ପ୍ରବାସୀ ଓଡିଆ।

ସେପଟେ କରୋନା ଉପରେ ବିଜୟ ଘୋଷଣା କରିଛି ଇସ୍ରାଏଲ। ଡିସେମ୍ବରରୁ ଏଯାଏଁ ଦେଶର ୯ କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୫୩ ପ୍ରତିଶତଙ୍କୁ ଟିକା ଦିଆସରିଛି। ଫଳରେ ଜାନୁଆରୀରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ଏବେ ୨ଶହକୁ ଖସି ଆସିଛି। ସେଠାରେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ।

Advertisment
Advertisment