/odishatv-khabar/media/post_attachments/uploadimage/library/16_9/16_9_0/Untitled-1_1627367739.jpg)
Untitled-1
ନୂଆଦିଲ୍ଲୀ: ଦେଶର ଅନ୍ୟ ସହରଗୁଡ଼ିକ ମଧ୍ୟରୁ ବେଙ୍ଗାଲୁରୁ ସହରରେ ଜୀବନଯାପନ କରିବା ସହଜ, ସରଳ ଓ ସୁବିଧାଯୋଗ୍ୟ। ସରକାରଙ୍କର ‘ଇଜି ଅଫ୍ ଲିଭିଂ ଇନ୍ଡେକ୍ସ ୨୦୨୦’(ଇଓଏଲ୍ଆଇ୨୦୨୦)ରେ ଏହା ଦର୍ଶାଯାଇଛି। ୧୧୧ ସହରକୁ ନେଇ ହୋଇଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ତାଲିକାରେ ବେଙ୍ଗାଲୁରୁ ସାର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ ପୁଣେ ଏବଂ ତୃତୀୟ ସ୍ଥାନରେ ଅହମଦାବାଦ ରହିଛି। ଏହି ତିନ ସହର ଜୀବନଯାପନ ପାଇଁ ଖୁବ୍ ସରଳ ଓ ଲୋକପ୍ରିୟ ହୋଇପାରିଛି।
ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଅଧିକ ଭଲ ପ୍ରଦର୍ଶନ କରିଛି। ତା ପଛକୁ ରହିଛି ପୁଣେ, ଅହମଦାବାଦ, ଚେନ୍ନାଇ, ସୁରତ, ନଭୀ ମୁମ୍ବାଇ, କୋଏମ୍ବାତୁରୁ, ଭଦୋଦରା, ଇନ୍ଦୋର, ଏବଂ ଗ୍ରେଟର ମୁମ୍ବାଇ। ଏନେଇ ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋରେ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ବିଭାଗ ଅନୁସାରେ କେଉଁ ସହର କେଉଁ ସ୍ଥାନରେ ରହିଛି ଆସନ୍ତୁ ଜାଣିବା
ବିଭାଗ: ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ଏହି ୧୦ ସହର ଭଲ ପ୍ରର୍ଶନ କରିଛନ୍ତି।
୧. ବେଙ୍ଗାଲୁରୁ
୨. ପୁଣେ
୩. ଅହମଦାବାଦ
୪. ଚେନ୍ନାଇ
୫. ସୁରତ
୬. ନଭୀ ମୁମ୍ବାଇ
୭. କୋଏମ୍ବାତୁରୁ
୮. ଭଦୋଦରା
୯. ଇନ୍ଦୋର
୧୦. ଗ୍ରେଟର ମୁମ୍ବାଇ
ଦଶ ଲକ୍ଷରୁ କମ୍ ଜନସଂଖ୍ୟା ବିଭାଗରେ ଥିବା ସହରଗୁଡ଼ିକ ମଧ୍ୟରେ ଶିମଲା ସବୁଠାରୁ ଆଗରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର। ସେହିପରି ଅନ୍ୟ ସହରଗୁଡ଼ିକ ହେଲା- ସିଲଭାସା, କାକିନଡ଼ା, ସାଲେମ, ଭେଲୋର, ଗାନ୍ଧୀନଗର, ଗୁରୁଗାଓଁ, ଦେବାଙ୍ଗେରୀ ଓ ତୁରୁଚିରାପ୍ପଲୀ।
ଦଶ ଲକ୍ଷରୁ କମ୍ ଜନସଂଖ୍ୟା ବିଭାଗରେ ଥିବା ସହରଗୁଡ଼ିକ ହେଲା-
୧. ଶିମ୍ଲା
୨. ଭୁବନେଶ୍ୱର
୩. ସିଲଭାସା
୪. କାକିନଡ଼ା
୫. ସାଲେମ
୬. ଭେଲୋର
୭. ଗାନ୍ଧୀନଗର
୮. ଗୁରୁଗାଓଁ
୯. ଦେବାଙ୍ଗେର
୧୦. ତୁରୁଚିରାପ୍ପଲୀ।
ଇସି ଅଫ୍ ଲିଭିଂ ଇନ୍ଡେକ୍ସ ତାଲିକା ଏକ ଟୁଲ୍ , ଯାହା ଜୀବନଶୈଳୀର ଗୁଣବତ୍ତା ଓ ସହରବିକାଶ କ୍ଷେତ୍ରରେ ଭିଭିନ୍ନ ପଦକ୍ଷେପଗୁଡ଼ିକର ପ୍ରଭାବକୁ ମୂଲ୍ୟାଙ୍କନ କରେ। ଇଓଏଲ୍ଆଇ(ଇସି ଅଫ୍ ଲିଭିଂ ଇନ୍ଡେକ୍ସ ) ସହରଗୁଡ଼ିକର ଜୀବନଶୈଳୀ ଗୁଣବତ୍ତା ଓ ଆର୍ଥିକ କ୍ଷମତା ସହିତ ସ୍ଥିରତ ଓ ନମନୀୟତା( ଅର୍ଥାତ୍ କଠିନ ସମୟରେ ଶୀଘ୍ର ଉତ୍ଥାନ ହୋଇପାରିବାର କ୍ଷମତା) ଉପରେ ବ୍ୟାପକ ଧାରଣା ଦେଇଥାଏ। ତା ସହିତ ଏହି ସର୍ଭେରେ ନାଗରିକ ଉଦ୍ଦେଶ୍ୟ ସର୍ବେକ୍ଷଣ(ସିଟିଜେନ୍ ପର୍ସେପ୍ସନ୍ ସର୍ଭେ)କୁ ମଧ୍ୟ ସାମିଲ୍ କରାଯାଇଛି। ଯେଉଁଥିରେ ସହର ପ୍ରଶାସନ ଦ୍ୱାରା ଯୋଗାଯାଇଥିବା ନିଯୁକ୍ତି ଉପରେ ଲୋକମାନଙ୍କର ମତ ନିଆଯାଇଛି।
ଏଥିରେ ଦଶ ଲକ୍ଷରୁ ଅଧିକ ଓ କମ୍ ଜନସଂଖ୍ୟା ବିଶିଷ୍ଟ ସହରକୁ ନେଇ ଇସ୍ ଅଫ୍ ଲିଭିଂ ଇନ୍ଡେକ୍ସ ୨୦୨୦ ତାଲିକା ପ୍ରସ୍ତୁତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏହି ତାଲିକାରେ ୧୧୧ ସହର ଭାଗ ନେଇଥିଲେ।
ମ୍ୟୁନିସିପାଲ ପର୍ଫର୍ମାନ୍ସ ଇନ୍ଡେକ୍ସ (ଏମ୍ପିଆଇ)
ଇସି ଅଫ୍ ଲିଭିଂ ଇନ୍ଡେକ୍ସ ତାଲିକା ବ୍ୟତୀତ ମ୍ୟୁନିସିପାଲ ପର୍ଫର୍ମାନ୍ସ ଇନ୍ଡେକ୍ସ ବା ଏମ୍ପିଆଇ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏହି ତାଲିକାରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଇନ୍ଦୋର ସହର ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସୁରତ ଦ୍ୱିତୀୟରେ ଓ ଭୋପାଳ ତୃତୀୟ ସ୍ଥାନରେ ରହିଛି।
ସେହିପରି ଏକ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ନୂଆ ଦିଲ୍ଲୀ ମ୍ୟୁନିସିପାଲ କାଉନ୍ସିଲ୍(NDMC) ସବୁଠାରୁ ଭଲ ପ୍ରଦର୍ଶନ କରି ନମ୍ବର ୱାନ୍ ସ୍ଥାନରେ ରହିଥିବା ବେଳେ ତିରୁପତି ଦ୍ୱିତୀୟ ଓ ଗାନ୍ଧୀନଗର ତୃତୀୟ ସ୍ଥାନରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)