Advertisment

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍‌ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍‌ରେ ଅପ୍‌ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍‌ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍ ଆପ୍‌କୁ ବ୍ୟାନ୍ କରିଛନ୍ତି। କିନ୍ତୁ ସେହିଭଳି କିଛି ଚାଇନିଜ୍ ଆପ୍‌ରେ ଏବେବି ଭାରତୀୟ ବଜାରରେ ତାର କାୟା ବିସ୍ତାର କରି ଚାଲିଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ […]

author-image
Abinash Pati
ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

snck-video

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍‌ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍‌ରେ ଅପ୍‌ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍‌ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍ ଆପ୍‌କୁ ବ୍ୟାନ୍ କରିଛନ୍ତି। କିନ୍ତୁ ସେହିଭଳି କିଛି ଚାଇନିଜ୍ ଆପ୍‌ରେ ଏବେବି ଭାରତୀୟ ବଜାରରେ ତାର କାୟା ବିସ୍ତାର କରି ଚାଲିଛି। ଏହି ଆପ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା Snack Video ଆପ୍‌ ।

Advertisment

ଟିକ୍‌ଟକ୍ ଭଳି Snack Video ଆପ୍‌ ମଧ୍ୟ ଏକ ସର୍ଟ ଭିଡିଓ ଆପ୍‌। ଏଥିରେ ମଧ୍ୟ ଛୋଟ ଛୋଟ ଭିଡିଓ ଶୁଟ୍ କରି ତାକୁ ଏଡିଟିଂ କରିବା ଭଳି ସୁବିଧା ଦିଆଯାଇଛି। ଆଉ କୋଟି କୋଟି ଭାରତୀୟ ଗ୍ରାହକ ପ୍ଲେ-ଷ୍ଟୋର୍‌ରୁ ଏହି ଆପ୍‌କୁ ଡାଉନ୍‌ଲୋଡ କରି ଭିଡିଓ ଶୁଟ୍ କରୁଛନ୍ତି। ଏପର୍ଯ୍ୟନ୍ତ Snack Video ଆପ୍‌କୁ ପ୍ରାୟ ୧୦ କୋଟିରୁ ଅଧିକ ଗ୍ରାହକ ଇନ୍‌ଷ୍ଟଲ୍ କରିସାରିଲେଣି। Snack Video ଆପ୍‌କୁ Kuaishou କମ୍ପାନୀ ତିଆରି କରିଛି। ଏହି କମ୍ପାନୀ ଚିନ୍‌ର ଏକ ବଡ଼ କମ୍ପାନୀ। କମ୍ପାନୀର ଅନେକ ଆପ୍‌ ସାରା ବିଶ୍ୱରେ ରହିଛି। ତେବେ Snack Video ଆପ୍‌ରେ ଆଉ ଏକ ଚାଇନିଜ୍‌ କମ୍ପାନୀ ଟେନ୍‌ସେଣ୍ଟର ବି ପୁଞ୍ଜି ନିବେଶ କରିଛି।

ସେହିଭଳି ଅନ୍ୟ ଏକ ଚାଇନିଜ୍ ଆପ୍‌ ହେଲା Ola Party ଆପ୍। ଏହି ଆପ୍‌ଟି ମଧ୍ୟ ଭାରତରେ ଖୁବ୍ ଲୋକପ୍ରିୟ। Ola Party ଆପ୍ ଠିକ୍‌ Hago ଆପ୍‌ ଭଳି। Hago ଭଳି Ola Part ଆପ୍ ବି ଗ୍ରାହକଙ୍କୁ ଅଜଣା ଲୋକଙ୍କ ସହିତ ଚାର୍ଟରୁମ୍‌ କରିବାକୁ ସୁବିଧା ଦେଇଥାଏ। ଏହାର ଖାସ୍ କଥା ହେଲା, ଯଦି ପୂର୍ବରୁ ଆପଣଙ୍କ ଆଇଡି Hago ଆପ୍‌ରେ ଥିବ, ତେବେ ସେହି ଆଇଡିରେ ଆପଣ Ola Part ଆପ୍‌କୁ ମଧ୍ୟ ସାଇନ୍‌-ଇନ୍‌ କରିପାରିବେ। Hagoରେ ଥିବା ଆପଣଙ୍କ ପୁରୁଣା ପ୍ରୋଫାଇଲ୍‌ ବ୍ୟାକ୍ଅପ୍‌ ହୋଇଯିବ।

Advertisment

ଏହିଭଳି ଅନ୍ୟ କେତେକ ଆପ୍‌ ମଧ୍ୟ ନୂଆ ବ୍ରାଣ୍ଡିଂ ସହିତ ଭାରତୀୟ ବଜାରରେ ପ୍ରବେଶ କରିଛନ୍ତି। ଆଉ ଗ୍ରାହକ ଆପ୍‌ଗୁଡ଼ିକୁ ଡାଉନ୍‌ଲୋଡ କରି ଖୁବ୍ ମଜା ନେଉଛନ୍ତି। ଧୀରେଧୀରେ ଏହି ଆପ୍‌ ଲୋକପ୍ରିୟ ହେବାରେ ଲାଗିଛି।

ସୂଚନା ଥାଉକି, ଭାରତ ସରକାର ପ୍ରଥମେ ୫୯ ଚାଇନିଜ୍ ଆପ୍‌କୁ ବ୍ୟାନ୍ କରିଥିଲେ। କିନ୍ତୁ ପରେ ଏଗୁଡ଼ିକର ଲାଇବ୍ ଭର୍ସନ୍‌ ପ୍ଲେ-ଷ୍ଟୋର୍‌ରେ ଉପଲବ୍ଧ ଥିବା ଜଣା ପଡ଼ିବା ପରେ ସରକାର ଏହି ଆପ୍‌ଗୁଡ଼ିକୁ ମଧ୍ୟ ବ୍ୟାନ୍ କରିଥିଲେ। ତେଣୁ ସେହି ଦୃଷ୍ଟିରୁ ବର୍ତ୍ତମାନ ଚାଲୁଥିବା Snack Video ଓ Ola Party ଆପ୍‌କୁ ମଧ୍ୟ ସରକାର ବ୍ୟାନ୍ କରିଦେଇ ପାରନ୍ତି ବୋଲି କୁହାଯାଉଛି।

Advertisment
Advertisment