/odishatv-khabar/media/post_attachments/uploadimage/library/16_9/16_9_0/pm-modi-virtual-meet_1624703977.jpg)
pm-modi-virtual-meet
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେ ଫୋକସ୍ରେ ରହିଛି ଅଯୋଧ୍ୟା । ଏହି ପବିତ୍ର ସହରରର ବିକାଶ କାର୍ଯ୍ୟ ନେଇ ଆଜି ନିଜେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ସହିତ ଭର୍ଚୁଆଲ ପ୍ଲାଟ୍ ଫର୍ମରେ ବିଭିନ୍ନ କାମର ସମୀକ୍ଷା କରିଛନ୍ତି ।
ରାସ୍ତା, ଭିତ୍ତିଭୂମି, ରେଳ ଷ୍ଟେସନ, ଏୟାରପୋର୍ଟ ସହିତ ପୁରା ଅଯୋଧ୍ୟାର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।ଗୋଟିଏ ମାସ ଭିତରେ ଏହା ହେଉଛି ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଆଲୋଚନା । କିଛି ଦିନ ଆଗରୁ ଯୋଗୀ ଆଦିତ୍ୟନାଥଙ୍କୁ ଦିଲ୍ଲୀ ଡକା ଯାଇଥିଲା । ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ବେଳେ ଜେପି ନଡ୍ଡା ଓ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ । କୋଭିଡକୁ ନେଇ ୟୁପିରେ ସରକାର ବିରୋଧୀ ଜନମତ ଥିବାର ଚର୍ଚ୍ଚା ପରେ ବିଜେପିର ଟପ୍ ନେତା ନିଜେ ୟୁପିର କଥା ବୁଝୁଛନ୍ତି ଏବଂ ପୁଣି ଫୋକସ୍କୁ ଫେରିଛି ଅଯୋଧ୍ୟା ।
/odishatv-khabar/media/post_attachments/wp-content/uploads/2021/06/e4yezjauyaej-uk-1624689628.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଯୋଧ୍ୟାର ଏମିତି ବିକାଶ ହେବା ଉଚିତ ଯେମିତି କି ଜଣେ ବ୍ୟକ୍ତି ନିଜ ଜୀବଦଶାରେ ଅତି କମରେ ଥରେ ଅଯୋଧ୍ୟା ଯିବାକୁ ଇଚ୍ଛା କରିବେ ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି ଆଗରେ ନୂଆ ଦାବି ରଖିଛନ୍ତି ।
ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ବିଜେପି ଘୋଷଣା କରୁ ବୋଲି ସେ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ଏହା ପୂର୍ବରୁ ସଞ୍ଜୟ ନିଶଦ ଓ ଅନ୍ୟ ମେଣ୍ଟଭୁକ୍ତ ଦଳର ନେତା ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ବର୍ଥ ଦାବି କରିଥିଲେ । ଦଳର ବିଧାୟକ ଓ ସାଂସଦମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ୟାବିନେଟ୍ରେ ସ୍ଥାନ ଦେବାକୁ ସେମାନେ ଦାବି କରିଥିଲେ ।
ସଞ୍ଜୟ ନିଶଦ କହିଥିଲେ ଯେ, ମେଣ୍ଟ ସମୟରେ ବିଜେପି ଆମକୁ କିଛି କ୍ୟାବିନେଟ୍ ପଦ ଓ ରାଜ୍ୟସଭା ଆସନର ପ୍ରତିଶ୍ରୁତି ଦେଇଥିଲା । ମୋତେ ଡେପୁଟି ସିଏମ୍ ପଦ ଦେବାକୁ ବି ସର୍ତ୍ତ ହୋଇଥିଲା, ଯାହା ପୂରଣ ହୋଇନି । ଯଦି ସେମାନେ ଆମକୁ ଦୁଃଖିତ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ଖୁସିରେ ରହିବାକୁ ଦିଆଯିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)