/odishatv-khabar/media/post_attachments/uploadimage/library/16_9/16_9_0/aswesi_1625469888.jpg)
aswesi
ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରି ମସ୍ଜିଦ୍କୁ ମନେ ପକାଇଲେ AIMIM ନେତା ଅସଦୁଦ୍ଦିନ ଓୱେସୀ। ମୁଗଲ ସମ୍ରାଟ ବାବର ୧୫୨୮ ମସିହାରେ ବାବ୍ରି ମସ୍ଜିଦ୍ ନିଅଁ ପକାଇଥିଲେ। ୧୯୯୨ ପରେ ରାମ ଜନ୍ମଭୂମି ଆନ୍ଦୋଳନରେ କରସେବକମାନେ ଏହାର ଗମ୍ବୂଜକୁ ଭାଙ୍ଗି ଦେଇଥିଲେ। ଏହାକୁ ମନେ ପକାଇ ଓୱେସୀ ଟ୍ୱିଟ୍ କରି ଲେଖିଛନ୍ତି “ ବାବ୍ରି ମସ୍ଜିଦ୍ ଥିଲା ରହିଛି ଓ ଆଗକୁ ମଧ୍ୟ ରହିବ।” ଏଥିରେ ସେ ବାବ୍ରି ମସ୍ଜିଦ୍ର ଫଟୋ ବି ଅପ୍ଲୋଡ କରିଛନ୍ତି।
ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ପରଠାରୁ ଏ ମାମଲାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ଓୱେସୀ। ପ୍ରଧାନମନ୍ତ୍ରୀଙ୍କର ରାମ ମନ୍ଦିର ଭୂମି ପୂଜନକୁ ନେଇ ମଧ୍ୟ ସେ ବିରୋଧ କରିବା ସହିତ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ଆଜି ଓୱେସୀ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ରାମ ମନ୍ଦିର ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ ଏହି ଶପଥର ଉଲ୍ଲଙ୍ଘନ କରିଛନ୍ତି। ଆଜି ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ପରାଜୟ ହୋଇଛି। ହିନ୍ଦୁତ୍ୱ ସଫଳ ହୋଇଛି।
#BabriMasjid thi, hai aur rahegi inshallah #BabriZindaHaipic.twitter.com/RIhWyUjcYT
— Asaduddin Owaisi (@asadowaisi) August 5, 2020
ଏହା ପୂର୍ବରୁ କଂଗ୍ରେସ ନେତା ସଲ୍ମାନ ଖୁର୍ସିଦଙ୍କର ଏକ ଟ୍ୱିଟ୍କୁ ଟାର୍ଗେଟ୍ କରି ବାବ୍ରି ମସ୍ଜିଦ୍ ଭଙ୍ଗା ଘଟଣାରେ କଂଗ୍ରେସକୁ ଦାୟି କରିଥିଲେ ଓୱେସୀ। ଭୂମି ପୂଜନକୁ ନେଇ ସଲ୍ମାନ ଖୁର୍ସିଦ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନକୁ ସବୁ ବଡ଼ ବଡ଼ ଦଳର ନେତାଙ୍କୁ ଡକାଯିବା ଦରକାର। ସମସ୍ତେ ଭୂମି ପୂଜନରେ ସାମିଲ୍ ହେବା କଥା।
ସଲମାନଙ୍କର ଏହି ଟ୍ୱିଟ୍ର ଯବାବ ଦେଇଥିଲେ ଓୱେସୀ, ସେ ଟ୍ୱିଟ୍ କରି ଲେଖିଥିଲେ “ ଏହି ଘଟଣାରେ ପ୍ରକୃତରେ ଯାହାଙ୍କୁ କ୍ରେଡିଟ୍ ଦେବା କଥା ତାଙ୍କୁ କ୍ରେଡିଟ୍ ଦିଆଯାଉ। ତାଲା ପଡ଼ିଥିବା ବାବ୍ରୀ ମସ୍ଜିଦ୍କୁ ରାଜୀବ ଗାନ୍ଧି ଖୋଲିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ହିସାବରେ ପିଭି ନରସିହ୍ମା ରାଓ ଏହାର ଧ୍ୱଂସାବଶେଷ ତଦାରଖ କରିଥିଲେ। ବାବ୍ରୀ ମସ୍ଜିଦ୍ ଭଙ୍ଗା ଘଟଣାରେ ସଂଘ ପରିବାର ସହ କଂଗ୍ରେସ ବି ହାତ ମିଳାଇଥିଲା।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)