/odishatv-khabar/media/post_attachments/uploadimage/library/16_9/16_9_0/attack-12_1626758698.jpg)
attack
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟ ଗୁରୁଗ୍ରାମର ଭୋନଦେଶୀ କଲୋନୀରେ କ୍ରିକେଟ୍ ଖେଳକୁ ନେଇ ସୃଷ୍ଟି ହୋଇଛି ବିବାଦ। ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି। ଘଟଣା ଘଟିଛି ଗତ ୨୧ତାରିଖରେ।
Advertisment
ହରିୟାଣାର ଗୁରୁଗ୍ରାମରେ ହୋଲି ଅବସରରେ କିଛି ପିଲା କ୍ରିକେଟ୍ ଖେଳୁଥିଲେ। କୌଣସି କାରଣ ବଶତଃ କ୍ରିକେଟ୍ ଖେଳୁଥିବା ପିଲାଙ୍କୁ କ୍ରିକେଟ୍ ନଖେଳିବା ପାଇଁ କଲୋନୀର କିଛି ଲୋକ ତାଗିତ କରିଥିଲେ। ଏହା ପରେ ସଂଘବଦ୍ଧ କିଛି ଲୋକ ନିର୍ଦ୍ଧିଷ୍ଟ ଏକ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଘରେ ଭଙ୍ଗା ରୁଜା କରିବା ସହ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରିଥିଲେ।
ମହମ୍ମଦ ଦିଲଶାଦ ନାମକ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ମାମଲା ଏବେ ଥାନାରେ ପହଞ୍ଚିଛି। ପୁଲିସ୍ ଘଟଣାର ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)