/odishatv-khabar/media/post_attachments/uploadimage/library/16_9/16_9_0/asaram-bapu_1620277465.jpg)
asaram bapu'
ଯୋଧପୁର: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ସଜା କାଟୁଥିବା ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ତାଙ୍କ ମହାତ୍ମାଗାନ୍ଧି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲ୍ରେ କରୋନା ସଂକ୍ରମଣ ବ୍ୟାପିବାର ୩ ଦିନ ପରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଜେଲ ପ୍ରଶାସନ ପକ୍ଷରୁ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅକ୍ସିଜେନ ଲେବଲ କମ୍ ରହିବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବାରୁ ତାଙ୍କୁ ଯୋଧପୁର ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ସୂଚନାଥାଉ କି,ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ଗତ ମାସରେ ପାଖାପାଖି ୧୨ରୁ ଅଧିକ କଏଦୀ ପଜିଟିଭ ବାହାରିଥିଲେ । ସମସ୍ତ ରୋଗୀଙ୍କୁ ଜେଲ ଡିସ୍ପେନ୍ସରୀ ସଂଗରୋଧରେ ରଖାଯାଇଥିଲା। ଏହା ଭିତରେ ଅନ୍ୟ ରୋଗୀ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ଜେଲରେ ସଂକ୍ରମଣ ଆଶଙ୍କା ଅହୁରି ବଢି ଯାଇଛି ।
ଏଠି କହିରଖିବୁ, ରାଜସ୍ଥାନରେ ବୁଧବାର ୧୬, ୮୧୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ ୧୫୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧, ୯୬, ୬୮୩ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଇତି ମଧ୍ୟରେ ରାଜ୍ୟରେ ମହାମାରୀ ୫,୦୨୧ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଚିକିତ୍ସା ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୨୪ ଘଣ୍ଟାରେ ଜୟପୁରରେ ୩୩୦୧, ଉଦୟପୁରରେ ୧୪୫୨, ଜୋଧପୁରରେ ୧୪୦୧, ଅଲବରରେ ୯୦୧, ଗଙ୍ଗାନଗରରେ ୮୩୬, କୋଟାରେ ୬୭୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୭, ୦୨୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)