Advertisment

ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]

author-image
Minati Mishra
ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

adhir

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ ଚାହିଁଥିଲେ।

Advertisment

ଅଧୀରଙ୍କ ପଛରେ ବସିଥିବା ରାହୁଲ ଗାନ୍ଧି ମଧ୍ୟ ନକାରାତ୍ମ ଢଙ୍ଗରେ ନିଜର ଆବଭାବ ପ୍ରଦର୍ଶନ କରିଥିଲେ। ଅଧୀର ରଞ୍ଜନ କ’ଣ ଏମିତି କହୁଛନ୍ତି, ସେକଥା ସୋନିଆ ଇଙ୍ଗିତ କରି ରାହୁଲଙ୍କୁ ପଚରାଥିଲେ। ତଥାପି ଅଧୀର ରଞ୍ଜନ ବେଧଡ଼କ ନିଜ ମତ ରଖିଚାଲିଥିଲେ।

ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଉକ୍ତ ରାଜ୍ୟରେ ୩୭୦ ଲାଗୁ ହୋଇଥିଲା। ତେଣୁ ଭାରତ ସରକାର ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଆମ ଦେଶର ଗୋଟିଏ ରାଜ୍ୟ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦେଲେ। ତେବେ ଅଧୀର ରଞ୍ଜନ କାହିଁକି ଏହାକୁ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଲେ, ତା’କୁ ନେଇ ଝଡ଼ ସୃଷ୍ଟି ହୋଇଛି।

Advertisment

ଆଜି ଲୋକସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପସ୍ଥାପନ କରିଥିଲେ। ଏହାକୁ ନେଇ ଶ୍ରୀ ଶାହ ଓ ଶ୍ରୀ ଚୌଧୁରୀଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା।

ଏହି ସମୟରେ ଶ୍ରୀ ଚୌଧୁରୀ କହିଥିଲେ, “ଆପଣ କହୁଛନ୍ତି ଧାରା ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ୧୯୪୮ରୁ ଏହାକୁ ଜାତିସଂଘ ହିଁ ମନିଟରିଂ କରୁଛି। ଏହା କ’ଣ ଏକ ଆଭ୍ୟନ୍ତରୀଣ ବ୍ୟାପାର। ଆମେ ଶିମଲା ଚୁକ୍ତି ଓ ଲାହୋର ବୁଝାମଣା କରିଥିଲେ। ଏହା କ’ଣ ଆଭ୍ୟନ୍ତରୀଣ ବ୍ୟାପର ଥିଲା ନା ଦ୍ୱିପାକ୍ଷିକ ବ୍ୟାପାର?

ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜମ୍ମୁ-କଶ୍ମୀରକୁ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲେ। ଏଥିପାଇଁ ଆମେରିକାକୁ ହସ୍ତକ୍ଷେପ କରିବାକୁ ମନା ହୋଇଥିଲା। ତେଣୁ ଏବେ ବି କ’ଣ ଜମ୍ମୁ-କଶ୍ମୀର ଏକ ଆଭ୍ୟନ୍ତୀରଣ ବ୍ୟାପାର ରହିଛି। ଆମେ ଏହା ଜାଣିବାକୁ ଚାହୁଁଛୁ। ପୂରା କଂଗ୍ରେସ ସଦସ୍ୟ ଏକଥା ଜାଣିବାକୁ ଚାହୁଁଛନ୍ତି।”

ଏହାର ଜବାବ ଦେଇ ଶ୍ରୀ ଶାହ କହିଥିଲେ, “ପ୍ରଥମେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଷ୍ଟାଣ୍ଡ କ’ଣ ସ୍ପଷ୍ଟ ହେବା ଦରକାର। ସେମାନେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଜାତିସଂଘ ହସ୍ତକ୍ଷେପ କରିବା ଦରକାର ବୋଲି ଚାହୁଁଛନ୍ତି କି? ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ରହିବ। ପିଓକେ ଏବଂ ଅକସାଇ ଚୀନ୍‌ ମଧ୍ୟ ଜମ୍ମୁ-କଶ୍ମୀର ସୀମାନ୍ତ ମଧ୍ୟରେ ଆସୁଛି। ଆମେ ଜମ୍ମୁ-କଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ରହିଛୁ।”

Advertisment
Advertisment