Advertisment

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା। ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୪ ତାରିଖରେ  ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା। ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ […]

ଅଦ୍ୟତନ ହୋଇଛି
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

arnav-khabar

Advertisment

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା।

Advertisment

ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୪ ତାରିଖରେ  ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା। ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ ହୋଇଥିଲା। ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲେ ବମ୍ବେ ହାଇକୋର୍ଟ। ବମ୍ବେ ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ। ଆଜି ତାଙ୍କୁ ସର୍ବୋଚ୍ଚ ଅଦାଲତରୁ ଯାମିନ ମିଲିଛି।

Advertisment


ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଚାରଧାରାକୁ ଭିତ୍ତି କରି ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରମାନେ ଟାର୍ଗେଟ୍ କରିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି ନାଗରିକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ଏକ ସର୍ବୋଚ୍ଚ ଅଦାଲତ ଅଛି ବୋଲି ସେମାନେ ହୃଦବୋଧ କରିବା ଉଚିତ। ଏହିସବୁ ଅଭିଯୋଗକୁ ଆଧାର କରି କାହାକୁ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରେ କି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ।

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରସଙ୍ଗରେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଲେଖିଛନ୍ତି ଯେ, ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କୁ ଜାମିନ ମଞ୍ଜୁର କରି ସେହି ଆଇନର ମର୍ଯ୍ୟାଦା ରକ୍ଷା କରିଛନ୍ତି, ଯାହାକୁ ମହାରାଷ୍ଟ୍ର ପୋଲିସ ମୋଡ଼ିମକଚି ବ୍ୟବହାର କରିଥିଲା। ସ୍ୱେଚ୍ଛାଚାରୀ ଭଳି ଆଚରଣ କରୁଥିବା ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ ସରକାରଙ୍କ ପାଇଁ ଏହା ଏକ ଚେତାବନୀ ବୋଲି ସେ ଟୁଇଟ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ