pakistan
ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା' ନିକଟରୁ ୫ ହଜାର ପାକିସ୍ତାନୀ ଟଙ୍କା ଜବତ କରାଯାଇଛି। ଏଥିସହିତ ଅଧିକ ସୂଚନା ପାଇଁ ପାକିସ୍ତାନ ନାଗରିକକୁ ପଚରାଉଚରା ଜାରି ରହିଛି।
ଧାରା ୩୭୦ ଉଚ୍ଛେଦ ପରଠାରୁ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। କେତେବେଳେ ଆତଙ୍କବାଦୀ ପଠାଉଛି, ତ ଆଉ କେତେବେଳେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଛି। ଅନ୍ୟପଟେ ଜାମ୍ମୁ ଓ କାଶ୍ମୀରରେ ସେନା ଆତଙ୍କବାଦୀ ସଫାଇ ଅଭିଯାନ ଜାରି ରଖିଛି। ଗତ କାଲିଠାରୁ ଆଜି ଦୁଇ ଦିନରେ ୪ ଜଣ ଆଣତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛି ସେନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pakistan_1625206323.jpg)