Advertisment

ଚୀନକୁ ପାନେ ଦେବାକୁ ସୀମାରେ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ […]

author-image
Abinash Pati
ଚୀନକୁ ପାନେ ଦେବାକୁ ସୀମାରେ ପ୍ରସ୍ତୁତ ଭାରତୀୟ ସେନା

india

ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ।

Advertisment

ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ ସେନାମୁଖ୍ୟ ସୈନ୍ୟ ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିବା ସହ ପୂର୍ବ ଲଦାଖ ଗସ୍ତ କରି ଗ୍ରାଉଣ୍ଡରେ ସ୍ଥିତି ସମ୍ପର୍କରେ ସେନାର ଶୀର୍ଷ କମାଣ୍ଡରଙ୍କ ସହ ଆଲୋଚନା କରିବେ।  ଚୀନକୁ ସବକ ଶିଖାଇବାକୁ ଯାଇ କାଲାଟପ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦଖଲ କରିବା ପରେ ସାମରିକ ଦୃଷ୍ଟିରୁ ସୁବିଧାଜନକ ସ୍ଥିତିରେ ରହିଛି ଭାରତୀୟ ସେନା। ତଥାପି ଚାଲବାଜ ଚୀନକୁ ପାନେ ଚଖାଇବାକୁ ଯୁଦ୍ଧାସ୍ତ୍ର ସହ ସଜ୍ଜିତ ହୋଇ ରହିଛନ୍ତି ଭାରତୀୟ ସେନା।

publive-image

ଏଲ୍ଏସି ସୀମାରେ ନିଜର ସ୍ଥିତିକୁ ଅଧିକ ମଜଭୁତ କରିବା ସହ ଅଧିକ ସୈନ୍ୟ ଠୁଳ କରିବାରେ ଲାଗିଛି ଭାରତ। ଅକସାଇ ଚୀନ୍‌ରେ ପିଏଲ୍ଏର ବାୟୁସେନାର କାର୍ଯ୍ୟକଳାପ ବଢୁଥିବାରୁ ଭାରତ ମଧ୍ୟ ନିଜସାମରିକ ଶକ୍ତି ବୃଦ୍ଧି କରିଛି। ସୂତ୍ର ଅନୁଯାୟୀ ଭାରତୀୟ ସେନା ଏବେ ସୁରକ୍ଷିତ ସ୍ଥତିରେ ରହିଛି।

Advertisment

ଭାରତୀୟ ସେନା ଏବେ ପେଙ୍ଗଙ୍ଗ ଅଞ୍ଚଳର ଥିବା ଫିଙ୍ଗର ୪ର ଉତ୍ତର ପାର୍ଶ୍ୱରେ ଡେରା ଜମେଇସାରିଛି। ଫିଙ୍ଗର ୪ର ପୂର୍ବ ପଟେ ଚୀନ ସେନା ସେମାନଙ୍କ ପୋଷ୍ଟ ହଟାଇନଥିବା ସୂଚନ ରହିଛି। ତେବେ ଯେଉଁ ପୋଜିସନରେ ଭାରତୀୟ ସେନା ରହିଛନ୍ତି, ସେଠାରୁ ଚୀନ ଉପରେ ତୀକ୍ଷଣ୍ ନଜର ରଖିପାରିବ।

ଆଜି ସ୍ଥଳ ସେନା ମୁଖ୍ୟଙ୍କ ଗସ୍ତ ପୂର୍ବରୁ ଗତକାଲି ବାୟୁ ସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଆରକୀସ ଭଦୋରିଆ ଗତକାଲି ପୂର୍ବ ଲଦାଖରେ ଏୟାର ବେସକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ।

ଅନ୍ୟପଟେ ସୀମା ବିବାଦ ନେଇ ଆଜି ଭାରତ-ଚୀନ୍ ମଧ୍ୟରେ ଆଲୋଚନା ଜାରି ରହିଛି। ପୂର୍ବ ଲଦାଖର ଚୁସୁଲ ଠାରେ ୨ ଦେଶ ମଧ୍ୟରେ ବ୍ରିଗେଡିୟର ସ୍ତରୀୟ ଆଲୋଚନା ଜାରି ରହିଛି। ସୀମାରେ ଉତ୍ତେଜନା ହ୍ରାସ କରିବା ଲାଗି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି। ଏଥର ଖୋଲା ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେଉଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଉଛି। ପୂର୍ବରୁ ଲଗାତାର ଭାବେ ବ୍ରିଗେଡିୟର ସ୍ତରୀୟ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।

Advertisment
Advertisment