/odishatv-khabar/media/post_attachments/uploadimage/library/16_9/16_9_0/photo_1627366992.jpg)
photo
ମୁମ୍ବାଇ: କୃଷକ ଆନ୍ଦୋଳନ ଉପରେ କ୍ରିକେଟର୍ ଓ ସିନେ ଷ୍ଟାର ଟ୍ୱିଟ୍ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିମାନେ ଚାପରେ ପଡ଼ି ଟ୍ୱିଟ୍ କରିଛନ୍ତି କି ନିଜ ଇଚ୍ଛାରେ ସେମାନେ ଟ୍ୱିଟ୍ କରିଛନ୍ତି ସେନେଇ ତଦନ୍ତ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି।
ସେ କହିଛନ୍ତି ଯେ ଅବସରପ୍ରାପ୍ତ କ୍ରିକେଟର ସଚିନ ତେନ୍ଦୁଲକର, ଆକ୍ଟର ଅକ୍ଷୟ କୁମାର, ଏବଂ ସାଇନା ନେହୱାଲଙ୍କ ଭଳି କ୍ରୀଡ଼ା ଓ ସିନେ ତାରକାମାନେ ଚାପରେ ଆସି ଚାଷୀ ଆନ୍ଦୋଳନ ସମ୍ପର୍କରେ ଏପରି ଟ୍ୱିଟ୍ କରିଛନ୍ତି କି ନାହଁ ସେ ନେଇ ରାଜ୍ୟ ସରକାର ତଦନ୍ତ କରିବେ।
ସୂଚନା ଥାଉକି, ଆମେରିକା ପପ୍ଆଇକନ୍ ରେହାନା କୃଷକ ଆନ୍ଦୋଳନ ସମ୍ପର୍କରେ ଟ୍ୱିଟ୍ କରିବା ପରେ ଭାରତୀୟ କ୍ରୀଡ଼ାବିତ ଓ ସିନେ ତାରକାମାନେ ବିଜେପି ଚାପରେ ଆସି ଟ୍ୱିଟ୍ କରିଛନ୍ତି ବୋଲି ଅନୀଲ ଦେଶମୁଖ ଓ କଂଗ୍ରେସ ନେତା ସଚିନ ସାୱନ୍ତ ଅଭିଯୋଗ ଆଣିଛନ୍ତି।
Why the drafts of most of the tweets are similar and have same word "amicable"?
There is a great possibility that some celebrities may have been armtwisted by bjp? Those need to be given protection. Those who have opined on their own their opinion must be respected. pic.twitter.com/DNBYfsNptL— Sachin Sawant सचिन सावंत (@sachin_inc) February 8, 2021
ଚାଷୀ ଅନ୍ଦୋଳନ ନେଇ ଅନୀଲ ଦେଶମୁଖ କହିଛନ୍ତି ଯେ ଏପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଚାଲିଥିଲା। ଜାନୁଆରୀ ୨୬ ତାରିଖରେ ହଠାତ୍ କୃଷି ଆନ୍ଦୋଳନର ସିନ୍ ବଦଳିଯାଇଥିଲା। କୃଷକମାନେ ଶାନ୍ତିର ଆନ୍ଦୋଳନ କରୁଥିଲେ। ସେମାନଙ୍କୁ ବଦ୍ନାମ କରିବାକୁ ଚେଷ୍ଟା କରାଯାଇଥିଲା। ତେବେ କେମିତି ସେମାନଙ୍କୁ ଅପମାନିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି।
ସେହିପରି ସେଲିବ୍ରିଟିମାନଙ୍କ ଟ୍ୱିଟ୍କୁ ନେଇ ଅନୀଲ କହିଛନ୍ତି “ ଏହିସବୁ ଟ୍ୱିଟ୍ ଚାପରେ କରାଯାଇଛି କି ? ଏଭଳି ସମାନ ଟ୍ୱିଟ୍ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା କି ? ଏସବୁ ବିଷୟରେ ଆମର ଇଣ୍ଟେଲିଜେନ୍ସ ଏଜେନ୍ସି ଏହାର ତଦନ୍ତ କରିବ। ଅକ୍ଷୟ କୁମାର ଓ ସାଇନା ନେହୱାଲଙ୍କର ଟ୍ୱିଟ୍ କିପରି ସମାନ ହେଲା, ଏହା ଉପରେ ଗୁରୁତ୍ୱ ଦେବାର ଅଛି। ସେହିପରି ସୁନୀଲ ସେଠିଙ୍କର ଟ୍ୱିଟ୍ରେ ଜଣେ ବିଜେପି ନେତାଙ୍କୁ କାହିଁକି ଟ୍ୟାଗ କରାଯାଇଥିଲା। ଏହି ଘଟଣା ମଧ୍ୟ ବର୍ତ୍ତମାନ ତଦନ୍ତ ସାପେକ୍ଷ।”
ମୁମ୍ବାଇ କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ସମାନ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛନ୍ତି। ଅନେକ ବଲିଉଡ୍ ସେଲିବ୍ରିଟି ଏବଂ ଲୋକପ୍ରିୟ ବ୍ୟକ୍ତିତ୍ୱ ଯଥା କ୍ରିକେଟରମାନେ କୃଷକ ଆନ୍ଦୋଳନ ପରେ ସମାନ ବାର୍ତ୍ତା ଟ୍ୱିଟ୍ କରିଛନ୍ତି। ଏବଂ ଏହା ବିଜେପି ଚାପରେ ହୋଇଛି ବୋଲି ସାୱନ୍ତ ଅଭିଯୋଗ କରିଛନ୍ତି।
कॉंग्रेस नेते आणी महाराष्ट्र सरकारने खालील सिलेब्रिटीजचे ट्वीट काळजीपूर्वक वाचावे. कॉंग्रेसच्या भाषेत सर्व भाषा सारखी आहे. आता ह्या सर्व सिलेब्रिटीज वर पण कारवाई करणार ? का आमच्या लता दीदी आणी सचिन त्रास देणार?@OfficeofUT@AnilDeshmukhNCPpic.twitter.com/9JoG4RnGHs
— Ram Kadam - राम कदम (@ramkadam) February 8, 2021
କୃଷକ ଆନ୍ଦୋଳନକୁ ନେଇ ବିଜେପିକୁ ଟାର୍ଗେଟ୍ କରି ସାୱନ୍ତ କହିଛନ୍ତି ଯେ ବିଜେପି ବର୍ତ୍ତମାନ ଏକ ବିପଦଜ୍ଜନକ ବାତାବାରଣ ସୃଷ୍ଟି କରିଛି। ଭାଜପା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ।
ଆମେରିକୀୟ ପପ୍ ଆଇକନ୍ ରିହାନା କୃଷକ ଆନ୍ଦୋଳନ ଉପରେ ଟ୍ୱିଟ୍ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱଚ୍ଛ ଛବି ରଖିବାକୁ ବିଜେପି ଭାରତରେ ଲୋକପ୍ରିୟ ବ୍ୟକ୍ତିମାନଙ୍କୁ ଚାପ ପକାଇ ଏକ ଟ୍ୱିଟ୍ ଅଭିଯାନ ଚଳାଇଛି। ଏଥିପାଇଁ ଏକ ସ୍କ୍ରିପ୍ଟ ପ୍ରସ୍ତୁତ କରି ସେଲିବ୍ରିଟିମାନଙ୍କୁ ଏହାକୁ ଅନୁକରଣ କରିବାକୁ ବିଜେପି କହିଛି ବୋଲି ସାୱନ୍ତ ଅଭିଯୋଗ କରିଛନ୍ତି।
ସେହିପରି ଅକ୍ଷୟ ଓ ସାଇନାଙ୍କ ଟ୍ୱିଟ୍ ଓ ସୁନୀଙ୍କ ବିଜେପି ନେତାଙ୍କୁ ଟ୍ୟାଗ୍ କରିବା ପଛରେ ବିଜେପିର ହାତ ରହିଛି ବୋଲି ସାୱନ୍ତ ଅଭିଯୋଗ କରିବା ସହିତ ଯଦି ସେଲିବ୍ରିଟିମାନଙ୍କୁ ଚାପ ପକାଇ ଏପରି କରିବାକୁ ବାଧ୍ୟ କରାଯାଇଛି, ତେବେ ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ ବୋଲି କଂଗ୍ରେସ ନେତା କହିଛନ୍ତି।
ସାୱନ୍ତ ଆହୁରି ମଧ୍ୟ କହିଛନ୍ତି ଯେ ଦିନ ଥିଲା ବଲିଉଡ୍ ଅଣ୍ଡରୱାର୍ଲଡ ଡନ୍ର ଚାପରେ ରହୁଥିଲା। କିନ୍ତୁ ବର୍ତ୍ତମାନ ଏହି ଚାପ ପକାଇବାର କୌଶଳ ବଦଳିଯାଇଛି। ଖେଳାଳିମାନଙ୍କୁ ବିସିସିଆଇ ପକ୍ଷରୁ ଚାପ ପଡ଼ୁଥିବା ବେଳେ ବଲିଉଡ୍ ଷ୍ଟାରମାଙ୍କ ଉପରେ ଠିକ୍ ସେହିଭଳି ଚାପ ପକାଯାଉଛି। ତେଣୁ ଏହା ତଦନ୍ତ ସାପେକ୍ଷ ଓ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେବା ଦରକାର। ଏବଂ କିଏ ଏମାନଙ୍କ ଉପରେ ଚାପ ପକାଉଛି ତାକୁ ଖୋଜି ବାହାର କରିବା ଆବଶ୍ୟକ ବୋଲି ବୋଲି ସାୱନ୍ତ କହିଛନ୍ତି।
Has this MVA Govt lost all it’s senses❓
MVA should feel ashamed while using the word ‘probe’ for BharatRatnas❗️
Actually, now it seems necessary to probe the mental state & stability of the ones who made such demand & of people who ordered probe against our BharatRatnas ❗️— Devendra Fadnavis (@Dev_Fadnavis) February 8, 2021
ଅନ୍ୟପଟେ ବିଜେପି ନେତା ରାମ କଦମ ଏହି ଘଟଣାରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ସଚିନ ତେନ୍ଦୁଲକର ଓ ଲତା ମଙ୍ଗେସ୍କରଙ୍କ ଭଳି କିମ୍ବଦନ୍ତିମାନଙ୍କୁ ଅପମାନିତ କରିଛି। ସେମାନେ କ୍ଷମା ମାଗିବା ଦରକାର। ଏବଂ ମହାରାଷ୍ଟ୍ର ସରକାର ଏଭଳି ଏକ ତଦନ୍ତ ନିର୍ଦ୍ଦେଶକୁ ଉଠାଇ ନେବା ଦରକାର ବୋଲି ରାମ କଦମ କହିଛନ୍ତି।
ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ଉଦ୍ଧବଙ୍କର ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍ଭିଏ) ଦଳକୁ କଡ଼ା ନିନ୍ଦା କରିଛନ୍ତି। ଏମ୍ଭିଏ ସାଧାରଣ ଜ୍ଞାନ ହରାଇଲାଣି। ଏଭଳି ଗୋଟେ ଘଟଣାକୁ ପାଇଁ ଦଳକୁ ତଦନ୍ତ ନିର୍ଦ୍ଦେଶ ଦେଥିବାରୁ ଦଳକୁ ଲଜ୍ଜା ଲାଗିବ ଦରକାର ବୋଲି ଫଡ଼ନାଭିସ କହିଛନ୍ତି।
ଟ୍ୱିଟ୍ କରି ସେ ଲେଖିଛନ୍ତି " କଣ ଏମ୍ଭିଏ ସରକାର ନିଜର ସମସ୍ତ ଜ୍ଞାନ ହରାଇସରାଲେଣି ? ଭାରତ ରତ୍ନଙ୍କ ପାଇଁ ଯାଞ୍ଚ ଶବ୍ଦ ବ୍ୟବହାର କରିବା ପୂର୍ବରୁ ଏମ୍ଭିଏକୁ ଲଜ୍ଜା ଲାଗିବା ଦରକାର। ବର୍ତ୍ତମାନ ଏହା ଲାଗିଲାଣି ଯେ ଯିଏ ଏହି ମହାନ ବ୍ୟକ୍ତିମାନଙ୍କ ବିରୋଧରେ ଯାଞ୍ଚ ଦାବି କରୁଛନ୍ତି ଓ ଯିଏ ନିର୍ଦ୍ଦେଶ ଦେଇଛନ୍ତି ପ୍ରକୃତରେ ସେମାନଙ୍କର ମାନସିକ ପରୀକ୍ଷା କରିବା ଆବଶ୍ୟକ। ଏଭଳି ତଦନ୍ତ ନିର୍ଦ୍ଦେଶ ଅତ୍ୟନ୍ତ ନିନ୍ଦନୀୟ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)