Advertisment

ଟୁ-ଡିଜି ଔଷଧ ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ

ନୂଆଦିଲ୍ଲୀ: କରୋନାର ମହାପ୍ରଳୟ ଭିତରେ ଦେଶବାସୀଙ୍କୁ ଆଶ୍ୱସ୍ତି। ବଦଳିଲା କରୋନା ରୋଗୀଙ୍କ ପାଇଁ ମେଡିକାଲ ଆଡମିଶନ୍ ନୀତି। ଏଣିକି ରୋଗୀଙ୍କ ମେଡିକାଲ ପ୍ରବେଶ ପାଇଁ ଆଉ ଜରୁରୀ ନୁହେଁ। କୋଭିଡ୍ ପଜିଟିଭ ରିପୋର୍ଟ କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ହାର…

author-image
Chandan Shishu
ଅଦ୍ୟତନ ହୋଇଛି
ଟୁ-ଡିଜି ଔଷଧ ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ

cona-medicine

ନୂଆଦିଲ୍ଲୀ: କରୋନାର ମହାପ୍ରଳୟ ଭିତରେ ଦେଶବାସୀଙ୍କୁ ଆଶ୍ୱସ୍ତି। ବଦଳିଲା କରୋନା ରୋଗୀଙ୍କ ପାଇଁ ମେଡିକାଲ ଆଡମିଶନ୍ ନୀତି। ଏଣିକି ରୋଗୀଙ୍କ ମେଡିକାଲ ପ୍ରବେଶ ପାଇଁ ଆଉ ଜରୁରୀ ନୁହେଁ। କୋଭିଡ୍ ପଜିଟିଭ ରିପୋର୍ଟ କରୋନାର ଦ୍ୱିତୀୟ ଲହରରେ ଦେଶରେ ସଂକ୍ରମଣ ହାର ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୁରୁଣା କୋଭିଡ଼ ନୀତିରେ ଆଣିଛନ୍ତି ଏଭଳି ବଡ଼ ପରିବର୍ତ୍ତନ। ଏହି ନିୟମ ଅନୁସାରେ ଏଣିକି କୌଣସି ରୋଗୀଙ୍କୁ ହସ୍ପିଟାଲରୁ ଚିକିତ୍ସା ବିନା ଫେରାଇ ଦିଆଯାଇପାରିବନି।

Advertisment

ରୋଗୀଟିଏ କରୋନା ଆକ୍ରାନ୍ତ ବୋଲି ସନ୍ଦେହ ହେବା ମାତ୍ରେ ତାଙ୍କୁ କୋଭିଡ୍ କେୟାର ସେଣ୍ଟର, ଡେଡିକେଟେଡ୍ କୋଭିଡ୍ ହେଲଥ ସେଣ୍ଟର କିମ୍ବା କୋଭିଡ୍ ହସ୍ପିଟାଲ ଓ୍ୱାର୍ଡରେ ଭର୍ତ୍ତି କରାଯାଇପାରିବ। ସାମାନ୍ୟ ଲକ୍ଷଣ ଥିଲେ CCC, ମଧ୍ୟମ ଧରଣର ଥିଲେ DCHC ଏବଂ ଗୁରୁତର ଥିଲେ DCHରେ ଚିକିତ୍ସା ମିଳିପାରିବ। ସେ ଯେକୌଣସି ସହରର ହୋଇଥାନ୍ତୁ ଏବଂ ତାଙ୍କ ନିକଟରେ ପରିଚୟପତ୍ର ନଥିଲେ ବି ମିଳିିବ ଚିକିତ୍ସା ସୁବିଧା ହସ୍ପିଟାଲରେ ଆଡମିଶନ ପାଇଁ ଆବଶ୍ୟକତା ହିଁ ଏକମାତ୍ର ମାପକାଠି ହେବ ବୋଲି ପବିରର୍ତ୍ତିତ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର।

ଏପଟେ ମହାମାରୀ ମହାସଙ୍କଟ ଭିତରେ କୋଭିଡ୍ ବିରୋଧରେ ଲଢେଇ ପାଇଁ ଭାରତକୁ ମିଳିଛି ଆଉ ଏକ ଶକ୍ତି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା DRDO ପକ୍ଷରୁ ପ୍ରସ୍ତୁତ କରୋନା ମେଡିସିନ ଟୁ ଡିଓକ୍ସି ଡି ଗ୍ଲୁକୋଜ୍ ବା ଟୁ ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ DCGI। ହାଇଦ୍ରାବଦସ୍ଥିତ ଘରୋଇ ଫାର୍ମା କମ୍ପାନୀ ଡର ରେଡିସ୍ ଲାବରୋଟାରୀ ସହ ଡିଆରଡିଓର ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ୍ ଆଲାଏଡ ସାଇନ୍ସ ଲାବ୍ ପକ୍ଷରୁ ପ୍ରସ୍ତୁତ ଔଷଧକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଛି।

Advertisment

ସ୍ୟାଚେଟରେ ଥିବା ଔଷଧର ପାଉଡରକୁ ପାଣିରେ ଫେଣ୍ଟି ପିଇବା ପରେ କରୋନା ରୋଗୀଙ୍କୁ ତୁରନ୍ତ ଉପଶମ ମିଳିପାରୁଛି। ଏହା ସଂକ୍ରମିତ ଭୂତାଣୁକୁ ଆଉ ଶରୀରରେ ବଢ଼ିବାକୁ ଦେଉନି, ରୋଗୀର ଅମ୍ଲଜାନ ନିର୍ଭରତାକୁ ମଧ୍ୟ କମାଇ ପାରୁଥିବାରୁ ଆଗାମୀ ଦିନରେ କରୋନା ରୋଗୀଙ୍କ ପାଇଁ ଏହା ରାମବାଣ ହେବା ସମ୍ଭାବନା ରହିଛି।

ରିପୋର୍ଟ: ବଳରାମ ମହାନ୍ତି

Advertisment
Advertisment