Advertisment

ଦେଶକୁ ମିଳିବ ଆଉ ଏକ କରୋନା ଟିକା, ଜୁନ୍‌ରେ ହୋଇପାରେ ଲଞ୍ଚ୍

ମୁମ୍ବାଇ: ଦେଶକୁ ମିଳିବ ପୁଣି ଏକ କରୋନା ଟିକା। କୋଭିଶିଲ୍ଡ ଓ କୋଭାକ୍ସିନ ପରେ ଏବେ କୋଭୋଭାକ୍ସ ଟିକା ଆସିବ। ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଅଧ୍ୟକ୍ଷ ଅଦର ପୁନାୱାଲା। ଚଳିତ ବର୍ଷ ଜୁନ ମାସ ଆଡ଼କୁ କମ୍ପାନୀ ଆଉ ଏକ କରୋନା ଟିକା ଲଞ୍ଚ କରିପାରେ। ଯଦି ଏହାକୁ ସରକାରୀ ଅନୁମୋଦନ ମିଳିଲା ତେବେ ଏହା ଭାରତର ତୃତୀୟ କରୋନା ଭ୍ୟାକ୍ସିନ ହେବ ବୋଲି ପୁନାୱାଲା ସୂଚନା ଦେଇଛନ୍ତି। ଏସ୍‌ଆଇଆଇ […]

ଦେଶକୁ ମିଳିବ ଆଉ ଏକ କରୋନା ଟିକା, ଜୁନ୍‌ରେ ହୋଇପାରେ ଲଞ୍ଚ୍

corona-vaccine

Advertisment

ମୁମ୍ବାଇ: ଦେଶକୁ ମିଳିବ ପୁଣି ଏକ କରୋନା ଟିକା। କୋଭିଶିଲ୍ଡ ଓ କୋଭାକ୍ସିନ ପରେ ଏବେ କୋଭୋଭାକ୍ସ ଟିକା ଆସିବ। ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଅଧ୍ୟକ୍ଷ ଅଦର ପୁନାୱାଲା। ଚଳିତ ବର୍ଷ ଜୁନ ମାସ ଆଡ଼କୁ କମ୍ପାନୀ ଆଉ ଏକ କରୋନା ଟିକା ଲଞ୍ଚ କରିପାରେ। ଯଦି ଏହାକୁ ସରକାରୀ ଅନୁମୋଦନ ମିଳିଲା ତେବେ ଏହା ଭାରତର ତୃତୀୟ କରୋନା ଭ୍ୟାକ୍ସିନ ହେବ ବୋଲି ପୁନାୱାଲା ସୂଚନା ଦେଇଛନ୍ତି। ଏସ୍‌ଆଇଆଇ ଓ ନୋଭାଭାକ୍ସର ସହଭାଗିତାରେ ତିଆରି ହୋଇଥିବା କରୋନା ଭ୍ୟାକ୍ସିନ୍‌ ଟ୍ରାଏଲ୍‌ର ମଧ୍ୟ ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି।

Advertisment

ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇ ପୁନାୱାଲା କହିଛନ୍ତି " ଆମ ସହିତ ନୋଭାଭାକ୍ସର ସହଭାଗିତାରେ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକ୍ସିନ୍ କରୋନା ରୋଗ ବିରୋଧରେ ଭଲ ପ୍ରଦର୍ଶନ କରିଛି। ଭାରତରେ ଏହାର ପରୀକ୍ଷଣ କରିବା ପାଇଁ ଆମେ ଆବେଦନ ମଧ୍ୟ କରିଛୁ। ୨୦୨୧ ଜୁନ ବେଳକୁ କୋଭୋଭାକ୍ସ ଟିକା ଲଞ୍ଚ ହେବ ବୋଲି ଆଶା।"

ନିକଟରେ ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ଏହିଦୁଇଟି ଟିକାରେ ଟିକାକରଣ ମଧ୍ୟ କରାଯାଉଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର୍‌)‌ ଓ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଭାଇରୋଲୋଜି ସହଭାଗିତାରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ କୋଭାକ୍ସିନ୍ ଟିକାକୁ ପ୍ରସ୍ତୁତ କରିଛି।

Advertisment

ଆଇସିଏମଆର SARS-CoV-2 କୁ ଅଲଗା କରି ଏହାର ଷ୍ଟ୍ରେନ୍ ବାହାର କରି ଭାରତ ବାୟୋଟେକ୍ କମ୍ପାନୀକୁ ଦେଇଥିଲା। ଯାହା ଫଳରେ କମ୍ପାନୀ ଏଥିପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲା। ‌ ଅନ୍ୟପକ୍ଷରେ କୋଭିଶିଲ୍ଡକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଫାର୍ମାସୁଟିକାଲ କମ୍ପାନୀ ଅଷ୍ଟ୍ରାଜେନିକା ଉଭୟ ମିଶି ଟିକା ପ୍ରସ୍ତୁତି କରିଥିଲେ। ଏହାର ଭାରତ ପାର୍ଟନର୍ ଥିଲା ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ୍। ଏସ୍‌ଆଇଆଇରେ କୋଭିଶିଲ୍ଡର ପ୍ରଡକ୍ସନ ହୋଇଥିଲା।

ଗତ ସପ୍ତାହ ଶେଷ ସୁଧା ଏପର୍ଯ୍ୟନ୍ତ ପାଖାପାଖି ୧୬ ଲକ୍ଷ ଲୋକଙ୍କୁ ଏହି ଦୁଇଟି ଟିକାରେ ଟିକାକରଣ କରାଯାଇ ସାରିଲାଣି। ଜାନୁଆରୀ ୧୬ ତାରିଖରେ ଏହି ଟିକାକରଣ ଆରମ୍ଭ ହୋଇଥିଲା।

Advertisment

ଏହା ବାଦ୍ କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଆଉ ଚାରୋଟି ଟିକା ଲାଇନ୍‌ରେ ରହିଛି। ଭାରତୀୟ କମ୍ପାନୀଗୁଡ଼ିକ ନେତ୍ୱତ୍ୱରେ ଏହି ଟିକାଗୁଡ଼ିକର ଗବେଷଣା ଚାଲିଛି। ଏନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯାଡୁସ କାଡିଲା, ଋଷର ସ୍ପୁଟନିକ ଭି, ବାୟୋଲଜିକାଲ ଇ ଏବଂ ଜେନୋଭା ଆଦି ଭ୍ୟାକ୍ସିନଗୁଡ଼ିକ ଲାଇନ୍‌ରେ ରହିଛନ୍ତି। ଏହାର ଆଡ୍‌ଭାନ୍ସଡ କ୍ଲିନିକାଲ୍ ଟ୍ରାଏଲ୍ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ