Advertisment

ମଣିଷଙ୍କୁ ଠାରୁ ପଶୁପକ୍ଷୀଙ୍କୁ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି। ଦେଶର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସଂକ୍ରମିତ ମନୁଷ୍ୟଙ୍କଠାରୁ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା…

author-image
Chandan Shishu
ମଣିଷଙ୍କୁ ଠାରୁ ପଶୁପକ୍ଷୀଙ୍କୁ ବ୍ୟାପିପାରେ କରୋନା

lion

ନୂଆଦିଲ୍ଲୀ: ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ସଂକ୍ରମିତ ହେବା ଆଶଙ୍କା ଦେଖାଦେଇଛି। ଦେଶର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସଂକ୍ରମିତ ମନୁଷ୍ୟଙ୍କଠାରୁ ପଶୁପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ଏନେଇ ସବୁ ରାଜ୍ୟର PCCFଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଚିଠି ହୋଇଛି।
ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ମନ୍ତ୍ରାଳୟ ଚିଠି କରିଛି। ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟ ବନ୍ଦ କରିବାକୁ କୁହାଯାଇଛି।

Advertisment

ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ସଂକ୍ରମିତ କର୍ମଚାରୀଙ୍କ ଠାରୁ ପଶୁପକ୍ଷୀଙ୍କୁ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଡ୍ୟୁଟି ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ମନ୍ତ୍ରାଳୟ କହିଛି। ସମ୍ମୁଖ କର୍ମୀ, ପ୍ରାଣୀ ଚିକିତ୍ସକଙ୍କୁ ନେଇ ଟାସ୍କଫୋର୍ସ ଟିମ୍ ଗଠନ  ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନାରେ ସିଂହଙ୍କ ଆକ୍ରାନ୍ତ ଖବର ଆସିବା ପରେ ଏନେଇ ସତର୍କତା ସୂଚନା ଜାରି ହୋଇଛି।

Advertisment
Advertisment