Advertisment

ଭୋଟ୍‌ ଦେଲେ ନେତା ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର ମଧ୍ୟ ଟିଡିପି ବିଜୟ ହୋଇ ସରକାର ଗଠନ କରିବ ବୋଲି ଲୋକେଶ ଆଶା ପ୍ରକାଶ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା […]

author-image
Jyotsnamayee Pradhan
ଭୋଟ୍‌ ଦେଲେ ନେତା ଓ ମୁଖ୍ୟମନ୍ତ୍ରୀ

election

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର ମଧ୍ୟ ଟିଡିପି ବିଜୟ ହୋଇ ସରକାର ଗଠନ କରିବ ବୋଲି ଲୋକେଶ ଆଶା ପ୍ରକାଶ କରିଛନ୍ତି।

Advertisment

ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା ଓ୍ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପୈତୃକ ଗାଁର ପ୍ରାଥମିକ ବିଦ୍ୟାଳରେ ହୋଇଥିବା ବୁଥରେ ଜଗନ ନିଜ ମାଆ ବିଜୟାମ୍ମା, ଭାରତୀଙ୍କ ସହ ଆସି ଭୋଟ୍ ଦେଇଛନ୍ତି। ସମସ୍ତେ ଭୋଟ୍ ଦେବା ଲାଗି ଆସିବାକୁ ସେ ନିବେଦନ କରିଛନ୍ତି।

vote

ମହାରାଷ୍ଟ୍ର ଗନ୍ଦିଆରେ ଏନ୍‌ସିପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଭୋଟ୍ ଦାନ କରିଛନ୍ତି। ଝିଅ ଓ ପତ୍ନୀଙ୍କ ସହ ଆସି ପ୍ରଫୁଲ୍ଲ ନିଜ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ମହାରାଷ୍ଟ୍ରରେ ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି।

Advertisment

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରରିଆଲ ନିଶଙ୍କ ଡେରାଡୁନରେ ନିଜ ବୁଥରେ ଭୋଟ୍ ଦେଇଛନ୍ତି। ପରିବାର ସହ ଆସି ନିଶଙ୍କ ଭୋଟ୍ ଦେଇଛନ୍ତି।

uterkhand

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲଙ୍ଗାନା ରାଷ୍ଟ୍ର ସମିତିର ନିଜାମାବାଦ୍ ଲୋକସଭା ଆସନ ପ୍ରାର୍ଥୀ କେ. କବିତା ପୋଥଙ୍ଗଲର ନିଜ ବୁଥରେ ଭୋଟ୍ ଦେଇଛନ୍ତି। ନିଜ ପରିବାର ଲୋକଙ୍କ ସହ ଆସି କବିତା ଭୋଟ୍ ଦେଇଛନ୍ତି।

telengana

ଗତଥର ଭଳି ଏଥର ରାଜ୍ୟରେ ଟିଆରଏସ୍ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

Advertisment
Advertisment