/odishatv-khabar/media/post_attachments/uploadimage/library/16_9/16_9_0/oxizen-1_1620701404.jpg)
oxizen
ନୂଆଦିଲ୍ଲୀ-ପୁଣି ଅକ୍ସିଜେନ ଅଭାବ ଯୋଗୁ ଚାଲିଗଲା ୧୧ ଜୀବନ । ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଛଟପଟ ହୋଇ ଆଖି ବୁଜିଦେଲେ ୧୧ କରୋନା ରୋଗୀ । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ ରୁଇୟା ସରକାରୀ ଡାକ୍ତରଖାନାରେ । ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ଗ୍ୟାସ ଟ୍ୟାଙ୍କର ପହଞ୍ଚିବାରେ ମାତ୍ର କେଇ ମିନିଟ୍ର ବିଳମ୍ବ ଯୋଗୁ ଏତେବଡ ଦୁର୍ଘଟଣା ଘଟିଗଲା । ଘଟଣା ଘଟିଛି ସୋମବାରର ଦିନ ।
ଏହି ଘଟଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କୋଭିଡ ସ୍ଥିତିକୁ ଦେଖି ଏକ ସମୀକ୍ଷା ବୈଠକ ଡକାଇଥିଲେ । ହେଲେ ସମୀକ୍ଷା ବୈଠକ ପରେ ପରେ ଏହି ଦୁର୍ଘଟଣା ଘଟିଛି । ଜିଲ୍ଲାପାଳ ଏମ.ହରି ନାରାୟଣ ସୂଚନା ଦେଇ କହିଛନ୍ତି, ଅକ୍ସିଜେନ ସପୋର୍ଟରେ ଥିବା ୧୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି, ତିରୁପତ, ଚିତ୍ତୁର, ନେଲ୍ଲୋର ଏବଂ କାଡ଼ାପା ହସପିଟାଲ୍ରେ ପ୍ରାୟ ୧ ହଜାର କୋଭିଡ ରୋଗୀଙ୍କର ଚିକିତ୍ସା ଚାଲିଛି । ଆନ୍ଧ୍ର ପ୍ରଦେଶ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଡାକ୍ତରଖାନା ପାଖରେ ଗୋଟିଏ ସିଲିଣ୍ଡର ଟ୍ୟାଙ୍କର ଅଛି । ଆଉ ଗୋଟିଏ ସକାଳେ ପହଂଚିବ । ହେଲେ ତା ପୂର୍ବରୁ ଚାଲିଗଲା ଏତେ ଜୀବନ । ଏମାନଙ୍କ ମଧ୍ୟରୁ ୯ ଜଣ କୋଭିଡ ପେସେଣ୍ଟ ଥିବାବେଳେ ୨ ଜଣ ନନ କୋଭିଡ ପେସେଣ୍ଟ ବୋଲି ଜଣ ଯାଇଛି । ସେହିପରି ୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।
ଋିପୋର୍ଟ ଅନୁସାରେ, ସୋମବାର ରାତି ପ୍ରାୟ ସାଢେ ୮ଟାବେଳକୁ ଅକ୍ସଜେନ ପ୍ରେସର କମିବାକୁ ଲାଗିଲା । ହେଲେ ଅକ୍ସଜେନ ସପ୍ଲାଇ ହେବା ପୂର୍ବରୁ ୧୧ ଜଣ ରୋଗୀଙ୍କ ଜୀବନ ଚାଲିଗଲା । ଏପରି ଅଘଟଣ ପରେ ଉତ୍ତ୍ୟକ୍ତ ପରିବାର ଲୋକ ଆଇସିୟୁ ଭିତରକୁ ପଶି ପାଟିତୁଣ୍ଡ କରିଛନ୍ତି । ଏପରିକି ଜିନିଷପତ୍ର ଭଙ୍ଗାରୁଜା ବି କରିଛନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ, ଆଇସିୟୁରେ ଥିବା ଡାକ୍ତର ଓ ନର୍ସ ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ଜୀବନ ବିକଳରେ ସେଠାରୁ ପଳାଇ ଯାଇଥିଲେ । ପୋଲିସ ଆସିବା ପରେ ସେମାନେ ଫେରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)