Advertisment

ଭାରତୀୟଙ୍କୁ ଗୁଳି କରି ମାରିଲା ନେପାଳ ପୋଲିସ୍

ନୂଆଦିଲ୍ଲୀ: ଭାରତୀୟଙ୍କୁ ଗୁଳିକରି ମାରିଲା ନେପାଳ ପୋଲିସ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜମେ ନିଖୋଜ୍ ହୋଇଯାଛନ୍ତି । ମୃତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣଙ୍କ ସହିତ ଭାରତ-ନେପାଳ ବୋର୍ଡର ଦେଇ ଆରପାଖକୁ ଯାଇଥିବା ବେଳେ ନେପାଳ ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ଏଥିରେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ନାମ ଗୋବିନ୍ଦା ଓ ତାଙ୍କର ବୟସ ୨୬ ବୋଲି ଜଣାପଡ଼ିଛି। ଗୋବିନ୍ଦା ପପୁ ସିଂହ ଓ ଗୁରମୀତ […]

author-image
Abinash Pati
ଭାରତୀୟଙ୍କୁ ଗୁଳି କରି ମାରିଲା ନେପାଳ ପୋଲିସ୍

nepal-police

ନୂଆଦିଲ୍ଲୀ: ଭାରତୀୟଙ୍କୁ ଗୁଳିକରି ମାରିଲା ନେପାଳ ପୋଲିସ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜମେ ନିଖୋଜ୍ ହୋଇଯାଛନ୍ତି । ମୃତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣଙ୍କ ସହିତ ଭାରତ-ନେପାଳ ବୋର୍ଡର ଦେଇ ଆରପାଖକୁ ଯାଇଥିବା ବେଳେ ନେପାଳ ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ଏଥିରେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ନାମ ଗୋବିନ୍ଦା ଓ ତାଙ୍କର ବୟସ ୨୬ ବୋଲି ଜଣାପଡ଼ିଛି। ଗୋବିନ୍ଦା ପପୁ ସିଂହ ଓ ଗୁରମୀତ ସିଂହଙ୍କ ସହିତ ନେପାଳ ପଟକୁ ଯାଇଥିଲେ।

Advertisment

ଏନେଇ ଉତ୍ତରପ୍ରଦେଶ ପିଲିଭିଟ୍‌ ଏସ୍‌ପି ଜୟଶଙ୍କର ପ୍ରକାଶ ସୂଚନା ଦେଇ କହିଛନ୍ତି ଯେ ୩ ଭାରତୀୟ ନାଗରିକ ସୀମା ଦେଇ ନେପାଳ ପଟକୁ ଯାଇଥିଲେ। ସେଠାରେ କୌଣସି ବିଷୟକୁ ନେଇ ନେପାଳ ପୋଲିସ୍ ସହିତ ସେମାନଙ୍କର ବଚସା ହୋଇଥିଲା। ନେପାଳ ପୋଲିସ ଗୁଳିମାଡ଼ାରେ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ସେହିପରି ଅନ୍ୟ ଜଣେ ଭାରତ ଫେରି ଆସିଛନ୍ତି।

ତେବେ ଉତ୍ତରପ୍ରଦେଶ ପୋଲିସ ଓ ବୋର୍ଡର ପୋଲିସ୍‌ ମିଳିତ ଭାବରେ ଘଟଣା ବିଷରେ ତଦନ୍ତ କରାଯାଉଛି ବୋଲି ଏସ୍‌ପି ଜୟଶଙ୍କର କହିଛନ୍ତି।  ଏହି ଘଟଣା ପରେ ପିଲିଭିଟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ରୋକିବାକୁ ପୋଲିସ ସଜାଗ ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Advertisment
Advertisment
Advertisment