/odishatv-khabar/media/post_attachments/uploadimage/library/16_9/16_9_0/adviser_1626694211.jpg)
adviser
ନୂଆଦିଲ୍ଲୀ: କୋଭିଡ -୧୯ ହସ୍ପପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଲାଗି ଜାରି ହେଲା ଆଡଭାଇଜରୀ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, କୋଭିଡ -୧୯ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଆକ୍ରାନ୍ତର ଭୟ ଅଧିକ ରହିଛି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସଂପୃକ୍ତ ହସ୍ପିଟାଲ କତ୍ତୃପକ୍ଷଙ୍କୁ କୁହାଯାଇଛି ।
ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ହସ୍ପଟାଲ ଇନଫେକସନ କଣ୍ଟ୍ରୋଲ କମିଟି ଗଠନ କରିବାକୁ ମଧ୍ୟ ହସ୍ପପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ମେଡିକାଲରେ ଜଣେ ଜଣେ ନୋଡାଲ ଅଫିସର ବା ଇନଫେକସନ କଣ୍ଟ୍ରୋଲ ଅଫିସର ନିଯୁକ୍ତି କରାଯାଉ ବୋଲି ମଧ୍ୟ ଆଡଭାଇଜରୀରେ କୁହାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ମନିଟର କରିବେ । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସେଲ୍ଫ ହେଲ୍ଥ ମନିଟରିଂ ପାଇଁ ଟ୍ରେନିଂ ନେବାକୁ କୁହାଯାଇଛି ।
ସ୍ୱାସ୍ଥ୍ୟକର୍ମୀମାନେ ଯଦି କୌଣସି ଲକ୍ଷଣ ଅନୁଭବ କରନ୍ତି ,ସେମାନେ ତୁରନ୍ତ ସେହି ନୋଡାଲ ଅଫିସର କିମ୍ବା ବିଭାଗୀୟ ମୁଖ୍ୟଙ୍କୁ ଜଣାଇବାକୁ କୁହାଯାଇଛି । କୋଭିଡ୍-୧୯ ହସ୍ପପିଟାଲରେ ଏସଓପି ଜାରି କରିବାକୁ ବି ଏଥିରେ ଗୁରୁତ୍ୱ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)