Advertisment

କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ଅସୁରକ୍ଷିତ ଶ୍ରେଣୀରେ ଥିଲେ। କିନ୍ତୁ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ଟ୍ୱିଟ୍ କରି ସୂଚନ ଆଦେଇଛନ୍ତି ମନୋଜ ତିୱାରୀ। ଶାହ କରୋନା […]

ଅଦ୍ୟତନ ହୋଇଛି
କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

sha

Advertisment

ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Advertisment

ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ଅସୁରକ୍ଷିତ ଶ୍ରେଣୀରେ ଥିଲେ। କିନ୍ତୁ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା ଟ୍ୱିଟ୍ କରି ସୂଚନ ଆଦେଇଛନ୍ତି ମନୋଜ ତିୱାରୀ।

ଶାହ କରୋନା ପଜିଟିଭ୍‌ ହେବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସମସ୍ତଙ୍କୁ ସେ କ୍ୱାରେଣ୍ଟିନ୍‌ ଯିବାକୁ ମଧ୍ୟ କହିଥିଲେ। ଶାହ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରାସିଂ ଚାଲିଛି।

Advertisment

୫୫ ବର୍ଷୀୟ ଶାହ ଜାତୀୟ ଶିକ୍ଷା ନୀତି(NEP) ପାସ୍ ପାଇଁ ବସିଥିବା କ୍ୟାବିନେଟ୍ ମିଟିଂରେ ଯୋଗ ଦେଇଥିଲେ। ଏହି ବୈଠକରେ ସବୁ ବଡ଼ ବଡ଼ ନେତା ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ। ତେବେ ବୈଠକରେ ସମସ୍ତ ପ୍ରକାର କୋଭିଡ୍‌ ନିୟମର ପାଳନ କରାଯାଇଥିଲା।

କରୋନାରେ ଦେଶର ବହୁ ବଡ଼ ବଡ଼ ନେତା ସଂକ୍ରମିତ ହୋଇଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ତାମିଲ ନାଡୁ ରାଜ୍ୟାପଳ ବୱାରୀଲାଲ ପୁରୋହିତ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତବେ ଶିବରାଜ ୧୦ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ