/odishatv-khabar/media/post_attachments/uploadimage/library/16_9/16_9_0/Capture-23_1622122279.jpg)
carlifornia
କାଲିଫର୍ନିଆ: ଅଚାନକ ଫୁଟିଲା ଗୁଳି । ଚାରିଆଡ଼ ହୋଇଗଲା ଧୁଆଁମୟ । କିଏ କୁଆଡ଼େ ଦୌଡ଼ିବେ ବାଟ ପାଇଲେ ନାହିଁ । ସମସ୍ତେ ହତବାକ୍ । କ’ଣ ଏମିତି ଘଟିଲା ? କାହା ଛାତିରେ ଗୁଳିବାଜିଛି ତ ଆଉ କାହା ଗୋଡ଼ରେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି କାଲିଫର୍ଣ୍ଣିଆର ଏକ ସହରରେ । ସୈନ ହୋଜେ ନାମକ ଏକ ସହରରେ ହୋଇଥିବା ଏହି ଗୁଳି କାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏମିତିକି ଏବେ ବି ଅନେକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ଘଟଣା ବୁଧବାର ସକାଳେ ସୈନ ହୋଜେ ସହରର ଉତ୍ତରରେ ଥିବା ଭ୍ୟାଲି ପରିବହନ ବିଭାଗ ପରିସରରେ ଘଟିଥିବା ଜଣାପଡ଼ିଛି ।
ସାନ୍ତା କ୍ଲାରା କାଉଣ୍ଟି ଶେରିଫ୍ ଅଧିକାରୀମାନେ ବୁଧବାର ସକାଳେ ଏକ ବିବୃତ୍ତି ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ଏବେ ଅଧିକ କିଛି କହି ହେବ ନାହିଁ । କାରଣ ଏହି ଘଟଣା ସହ ଜଡ଼ିତ କୌଣସି ସଠିକ୍ ତଥ୍ୟ ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ । ତଦନ୍ତ ଚାଲିଛି ଖୁବ୍ଶୀଘ୍ର ଏହାର ଖୁଲାସା ହେବ । କିନ୍ତୁ ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଖବର ରହିଛି । ଏମିତିକି ଅନେକ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଘଟଣାରେ ପ୍ରକୃତରେ କେତେ ଲୋକ ପ୍ରାଣ ହରାଇଛନ୍ତି ସେନେଇ ମଧ୍ୟ ସବିଶେଷ ତଥ୍ୟ ଆସିନାହିଁ । ମୃତ୍ୟୁ ସଂଖ୍ୟା କେତେ ରହିଛି ସେନେଇ ତର୍ଜମା ଚାଲିଛି । ଅନ୍ୟପଟେ ବିବୃତ୍ତିରେ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ଲୋକ ଏବଂ ଗୁରୁତର ହୋଇଥିବା ଲୋକଙ୍କର ଭ୍ୟାଲି ପରିବହନ ବିଭାଗ ସହ ସମ୍ପର୍କ ରହିଛି ।
ସବୁଠାରୁ ବଡ଼ କଥା ହେଲା ଏହି ଘଟଣାରେ ସମ୍ପୃକ୍ତ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ମୃତ୍ୟୁ ବରଣ କରିଥିବା ଆକ୍ରମଣକାରୀର ଏବେ ସୁଦ୍ଧା କୌଣସି ପରିଚୟ ମଳିପାରି ନାହିଁ । ଆକ୍ରମଣର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ଖୁବ୍ଶୀଘ୍ର ଏହି ଘଟଣା ପଛର କାରଣ କ’ଣ ରହିଛି ? ତାର ଖୁଲାସା ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)