/odishatv-khabar/media/post_attachments/uploadimage/library/16_9/16_9_0/billfates_1620650484.jpg)
billgates
ନୂଆଦିଲ୍ଲୀ-୨୭ ବର୍ଷର ବୈବାହିକ ଜୀବନରେ ଫାଟ ଦେଖା ଦେବା ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ମାଇକ୍ରୋସପ୍ଟ କୋ-ଫାଉଣ୍ଡର ବିଲ୍୍ ଗେଟସ୍୍ ଓ ପତ୍ନୀ ମେଲିଣ୍ଡା ଗେଟସ୍ । ଗେଟ୍ସ ଦମ୍ପତିଙ୍କର ଏହି ବିଚ୍ଛେଦକୁ ନେଇ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟିଲା ଯେ ପରସ୍ପରଠାରୁୂ ଅଲଗା ରହିବାକୁ ନିଷ୍ପତ୍ତି ନେଲେ ? ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ, ଏହି ତଲାକ ନିଷ୍ପତ୍ତି ପଛରେ ରହିଛନ୍ତି ଜଣେ ବ୍ୟକ୍ତି । ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫରୀ ଏପଷ୍ଟିନ ନାମକ ଜଣେ ବ୍ୟକ୍ତିଙ୍କ ସହ ବିଲ୍ ଗେଟସଙ୍କ ସମ୍ପର୍କ ହିଁ ତାଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଛି ।
ୱାଲ ଷ୍ଟ୍ରିିଟ ଜର୍ଣ୍ଣାଲରେ କିଛି ଡକ୍ୟୁମେ ସହ ଦାବି କରାଯାଇଛି, ବିଲ୍ ଗେଟସ ଏବଂ ଏପଷ୍ଟିନଙ୍କ ସମ୍ପର୍କ ୮ ବର୍ଷ ତଳର । ୨୦୧୩ରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ନ୍ୟୁୟର୍କ ଟାଇମ୍ସ ୨୦୧୯ ଅକ୍ଟୋବରରେ ଦାବି କରିଥିଲା, ବିଲ୍ ଗେଟ୍ସ ଏବଂ ଏପଷ୍ଟିନ ପରସ୍ପରକୁ ଅନେକ ଥର ଭେଟିଛନ୍ତି । ଏମିତିକି ଏପଷ୍ଟିନ ଗେଟ୍ସଙ୍କ ନ୍ୟୁୟର୍କସ୍ଥିତ ଘରେ ମଧ୍ୟ ରହିଥିବା ଏହି ଖବରକାଗଜ କହିଛି ।
ଅନ୍ୟ ଏକ ତଥ୍ୟରୁ ଜଣାଯାଇଛି, ମେଲିଣ୍ଡାଙ୍କୁ ବିବାହ କରିବା ପୂର୍ବରୁ ବିଲ୍ ଗେଟସଙ୍କର ଏନ ଭିନବ୍ଲେଡ (Ann Winblad) ନାମକ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା । କିଛି ବର୍ଷ ଧରି ଉଭୟ ପରସ୍ପରକୁ ଡେଟ କରୁଥିଲେ । ହେଲେ ପରେ ବ୍ରେକ୍ ଅପ୍ ହୋଇଗଲା । ଏନ୍ଙ୍କଠାରୁ ଅଲଗା ହେବା ପରେ ବିଲ୍ ଗେଟ୍ସ ମେଲିଣ୍ଡାଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ବିଲ ଏବଂ ଏନ୍ ପରସ୍ପରକୁ ଭୁଲି ପାରି ନ ଥିଲେ । ୧୯୯୭ରେ ଟାଇମ୍ସ ମାଗାଜିନରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିଲ୍ ଓ ମେଲିଣ୍ଡାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ବର୍ଷରେ ଥରେ ବିଲ୍ ଏନ୍ଙ୍କ ସହ ଛୁଟିରେ ଯାଇ ପାରିବେ । ଏଥିରେ ମେଲିଣ୍ଡା କୌଣସି ସମସ୍ୟା ସୃଷ୍ଟି କରିବେ ନାହିଁ ।
ମେଲିଣ୍ଡାଙ୍କ ସହ ବିବାହ ପରେ ବିଲ୍ ଗେଟସ ପ୍ରତିବର୍ଷକରେ ଥରେ ଏନ୍ଙ୍କ ସହ ଛୁଟିରେ ଯାଆନ୍ତି । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଉଭୟେ ଏକ ମହଙ୍ଗା ବିଚ୍ ହାଉସ୍ରେ ରୁହନ୍ତି । ଏହାର ତିନି ଦିନ-ରାତିର ଭଡା ୨ ଲକ୍ଷ ଟଙ୍କା ଅଟେ । ଏଠାରେ ଟୁରିଷ୍ଟଙ୍କର ଖୁବ୍ ଭିଡ ଜମେ । ହେଲେ ବିଲ ଗେଟ୍ସ ଆଡ୍ଭାନ୍ସ ବୁକିଂ କରି ରଖିଥାନ୍ତି । ଏହା ବ୍ୟତୀତ ଏହି ହାଉସ୍ରେ ସମସ୍ତ ସୁବିଧା ଉପଲବ୍ଧ ହୋଇଥାଏ । ଯଦିଓ ୧୯୮୭ରେ ବିଲ୍ ଓ ଏନ୍ଙ୍କ ମଧ୍ୟରେ ବ୍ରେକ୍ ଅପ ହୋଇଥିଲା କିନ୍ତୁ ପରସ୍ପରକୁ ଭୁଲି ପାରି ନ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)