Advertisment

ଏଣିକି ଏହି ଦେଶରେ ଭ୍ୟାକ୍ସିନ ନେଲେ ମିଳିବ ଲଟେରୀ ଟିକଟ ସହ ମୋଟା ଅଙ୍କର ଉପହାର..

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଏଣିକି ଏହି ଦେଶରେ ଭ୍ୟାକ୍ସିନ ନେଲେ ମିଳିବ ଲଟେରୀ ଟିକଟ ସହ ମୋଟା ଅଙ୍କର ଉପହାର..

vaccine

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ସାରା ବିଶ୍ୱରେ କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ଭ୍ୟାକ୍ସିନ ରହିଥିବା ବେଳେ କିଛି ଲୋକ ଏବେ ବି ଭ୍ୟାକ୍ସିନ ନେବାକୁ ପଛଘୁଞ୍ଚା ଦେଉଛନ୍ତି।

Advertisment

ନିକଟରେ ଉତ୍ତରପ୍ରଦେଶର ଏକ ଗାଁରୁ ଖବର ଆସିଥିଲା ​​ଯେ, ଟିକା ନେବାକୁ ଗ୍ରାମବାସୀ ଏତେ ଭୟ କରୁଥିଲେ ଯେ ସେମାନେ ନଦୀକୁ ଡେଇଁପଡିଥିଲେ । ତେବେ ଏଭଳି ଘଟଣା କେବଳ ଭାରତରେ ଦେଖାଯାଇଛି ତାହା ନୁହେଁ, ଆମେରିକାର ମଧ୍ୟ କିଛି ସହରରେ ଲୋକମାନେ ଟିକା ନେବା ପାଇଁ ‍ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି କାରଣରୁ ଏବେ ସରକାର ନୂଆ ଉପାୟ ଆପଣାଇଛନ୍ତି । ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ତଥା ଲଟେରୀ ଟିକଟର ଲୋଭ ଦେଖାଇଛନ୍ତି।

ଆମେରିକାର କାଲିଫର୍ନିଆରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏଠାରେ ଏବେ ଭ୍ୟାକ୍ସିନ ନେବା ଲୋକଙ୍କୁ ଲଟେରୀ ଟିକଟ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏଠାକାର ଲୋକ ପାଖାପାଖି ୧୦ କୋଟି ଟଙ୍କା ଜିତିବାର ସମ୍ଭାବନା ରହିଛି। ଏହି ଲଟେରୀ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି, ଲୋକମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଆଗକୁ ଆସି ଟିକା ଗ୍ରହଣ କରିବେ।

Advertisment

ଶହ ଶହ ପୁରସ୍କାର ପାଇବେ

କାଲିଫର୍ନିଆର ଗଭର୍ଣ୍ଣର ଗେଭିନ ନ୍ୟୁଜାମଙ୍କ ଅନୁଯାୟୀ, ଏହି ପ୍ରକ୍ରୟାରେ ୧୦ ଜଣଙ୍କୁ ୧୦ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଏହି କ୍ରମରେ ଟିକା ନେଇଥିବା ୩୦ ଜଣଙ୍କୁ ୫୦ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ । ଏହା ବ୍ୟତୀତ ୨୦ ଲକ୍ଷ ଲୋକଙ୍କୁ ୫୦ ଡଲାର ଲେଖାଏଁ ପୁରସ୍କାର ଦିଆଯିବ । ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭ ଲକ୍ଷ ଲୋକ ଟିକା ନେବା ପାଇଁ ନାଁ ପଂଜୀକରଣ କରିସାରିଲେଣି। ତେବେ କେବଳ କାଲିଫର୍ନିଆ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।

ଏକ ଆକଳନ ଅନୁଯାୟୀ, କାଲିଫର୍ନିଆରେ ଏ ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ଲୋକ ଟିକା ନେଇ ନାହାଁନ୍ତି । ପ୍ରାୟ ୬୩ ପ୍ରତିଶତ ଲୋକ ଟିକା ଗ୍ରହଣ କରିଛନ୍ତି । ଏଠାରେ ସରକାର ଆଶା କରୁଛନ୍ତି ଯେ, ଆଗାମୀ ଦୁଇ ମାସ ମଧ୍ୟରେ ୧୨ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଟିକା  ନେପାରିବେ।

COVID-19 Vaccine Corona California
Advertisment
Advertisment