/odishatv-khabar/media/post_attachments/uploadimage/library/16_9/16_9_0/modi_1625471582.jpg)
modi
ଅଯୋଧ୍ୟା: ଆଜି ପୂରା ଭାରତ ରାମମୟ ହୋଇଛି। ସବୁ ମନ ଦୀପମୟ ହୋଇଛି। ଆଜି ସରା ଭାରତ ଭାବୁକ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଆଜି ସମାପ୍ତ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲୁଥିବା ବ୍ୟତିକ୍ରମର ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି।
ବର୍ଷ ବର୍ଷ ଧରି ଟେଣ୍ଟରେ ରହୁଥିବା ରାମ୍ ଲାଲ୍ଙ୍କ ପାଇଁ ଏକ ବଭ୍ୟ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ହୋଇଯାଇଛି।
ଦେଶର ସ୍ୱାଧୀନତା ପାଇଁ ସମସ୍ତେ ବଳିଦାନ ଦେଇଛନ୍ତି। ଠିକ୍ ସେହିପରି ରାମ ମନ୍ଦିର ଅନେକ ପୀଢ଼ି ଅବିରତ ଅଖଣ୍ଡ ପ୍ରୟାସ କରିଛନ୍ତି। ଆଜିର ଏ ଦିନ ସେମାନଙ୍କ ଭଲପାଇବା ଓ ସଂକଳ୍ପର ପ୍ରତୀକ। ରାମ ଜନ୍ମଭୂମି ପାଇଁ ଅର୍ପଣ ବି ଥିଲା ତର୍ପଣ ବି ଥିଲା। ସଂଘର୍ଷ ଥିଲା, ସଙ୍କଳ୍ପ ବି ଥିଲା। ଯାହଙ୍କ ତପସ୍ୟା ରାମ ମନ୍ଦର ନିଅ ଭଳି ଯୋଡ଼ି ହୋଇ ରହିଛି। ମୁଁ ସେମାନଙ୍କୁ ନତମସ୍ତକ ହୋଇ ପ୍ରଣାମ କରୁଛି, ତାଙ୍କର ବନ୍ଦନ କରୁଛି। ରାମ ଜନ୍ମଭୂମି ଆନ୍ଦୋଳନରେ ଯୋଡ଼ା ପ୍ରତ୍ୟେକ ବ୍ୟକ୍ତି ଆଜି ଭାବୁକ।
ରାମ ଆମ ମନରେ ଅଛନ୍ତି। କୌଣସି କାମ କରିବା ପାଇଁ ଆମେ ଭଗବାନ ରାମଙ୍କ କଥା ସ୍ମରଣ କରନ୍ତି। ରାମଙ୍କ ଲୀଳ ଦେଖନ୍ତୁ କଣ କଣ ସବୁ ଘଟିଲା। ଅସ୍ତିତ୍ୱ ମିଟାଇବା ପାଇଁ ଅନେକ ପ୍ରୟାସ ହେଲେ କିନ୍ତ ତଥାପି ରାମ ଆଜିବି ମୋ ସଂସ୍କୃତିର ଆଧାର ଅଛନ୍ତି।
ଶ୍ରୀରାମ ମର୍ଯ୍ୟଦା ପୁରୁଷ । ଶ୍ରୀ ରାମ ମନ୍ଦିର ପୂଜା ହେଲା। ଏଠାକୁ ଆସିବା ପୂର୍ବରୁ ମୁଁ ହନୁମାନଗଡ଼ି ଦର୍ଶନ କଲି। ଏଇ ମନ୍ଦିର ସାମୁହିକ ସଂକଳ୍ପର ପ୍ରତୀକ ହେବ। ଆଗାମୀ ପୀଢ଼ିକୁ ସଂକଳ୍ପର ପ୍ରେରଣା ଦେବ। ମନ୍ଦିର ହେବା ପରେ ଅଯୋଧ୍ୟାର କେବଳ ଭବ୍ୟତା ବଢ଼ିବନି ବରଂ ଏହି କ୍ଷେତ୍ରର ପୂରା ଅର୍ଥନୀତି ବଦଳିଯିବ। ପ୍ରତ୍ୟକ କ୍ଷେତ୍ରରେ ନୂଆ ନୂଆ ଅବସର ମିଳିବ। ସାରା ବିଶ୍ୱର ସମସ୍ତେ ଏଠାକୁ ଆସିବେ। ଅନେକ କିଛି ବଦଳିଯିବ।
ଏହା ମହୋତ୍ସବ ଅଟେ ନରକୁ ନାରାୟଣ ସହିତ ଯୋଡ଼ିବାର, ଲୋକଙ୍କୁ ଅସ୍ଥା ସହିତ ଯୋଡ଼ିବାର। ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ିବାର। ଆଜିର ଇତିହାସ ଯୁଗଯୁଗ ପର୍ଯ୍ୟନ୍ତ ଭାରତର କୀର୍ତ୍ତି ପତାକା ଉଡ଼ାଇବା। ଆଜିର ଏ ଦିନ ନ୍ୟୟା ପ୍ରିୟ ଭାରତ ପାଇଁ ଏକ ଅନୁପମ ଭେଟ ଅଟେ। କରୋନା ପାଇଁ ଏହି କାର୍ଯ୍ୟକ୍ରମ ଅନେକ ମର୍ଯ୍ୟାଦାର ସହିତ ହେଉଛି। ମର୍ଯ୍ୟାଦାର ଯେମିତି ଉଦାହରଣ ଦେବା କଥା ସେମିତି କାର୍ଯ୍ୟ ହେଉଛି।
ଯେତେବେଳେ କୋର୍ଟ ଏହାର ଫଇସଲା ଶୁଣାଇଲେ ସେତେବେଲେ ସମସ୍ତେ ଦେଶାସୀଙ୍କ ଭାବନାକୁ ସମ୍ମାନ କରିଥିଲେ। ଆଜି ବି ସେ ମର୍ଯ୍ୟାଦା ଲୋକମାନଙ୍କଠାରେ ଦେଖାଯାଉଛି। ଏହି ମନ୍ଦିର ସହିତ କେବଳ ନୂଆ ଇତିହାସ ଲେଖାଯାଉନି, ଇତିହାସ ଦୋହରା ଯାଉଛି। ଯେଉଁଭଳି ଦେଶବାସୀ ସ୍ୱାଧୀନତା ଲଢ଼େଇରେ ଗାନ୍ଧିଙ୍କୁ ସହଯୋଗ କଲେ ଠିକେ ସେମିତି ସମସ୍ତଙ୍କ ସାହାଯ୍ୟରେ ରାମ ମନ୍ଦିର ନିର୍ମାଣ କାମ ହେଉଛି। ଯେମିତି ପଥରରେ ରାମ ଲେଖି ରାମ ସେତୁ ହୋଇଥିଲା, ଠିକ୍ ସେମିତି ସବୁଆଡ଼ୁ ଆସିଥିବା ପଥର, ମାଟି ଓ ଜଳ ଆଜି ଏଠାରେ ଅମୋଘ ଶକ୍ତି ହୋଇଛି।
ଭାରତର ଆସ୍ଥା, ଭାରତବାସୀଙ୍କର ସାମୁହିକତାର ଏହି ଅମୋଘ ଶକ୍ତି ପୂରା ଦୁନିଆ ପାଇଁ ଅଧ୍ୟୟନର ବିଷୟ। ରାମ ସତ୍ ଚରିତ୍ର ସତ୍ୟ ଉପରେ ଗୁରୁତ୍ୱ ଦେଉଥିଲେ। ସେଥିପାଇଁ ରାମ ସମ୍ପୂର୍ଣ୍ଣ ଅଟନ୍ତି।
ମୋଦି କହିଥିଲେ, ଭାରତର ସବୁ ଭାବନାରେ ରାମ ଅଛନ୍ତି। ଭାରତର ଆସ୍ଥାରେ, ଆଦର୍ଶରେ ରାମ ଅଛନ୍ତି। ଦିବ୍ୟତାରେ ରାମ ଅଛନ୍ତି। ହଜାରେ ବର୍ଷ ପୂର୍ବରୁ ଯେଉଁ ରାମ ବାଲ୍ମିକୀ ରାମାୟଣରେ ଥିଲେ, ସେହି ରାମ ମଧ୍ୟଯୁଗରେ, ତୁଳସୀ, କବୀରଙ୍କ ଓ ନାନକଙ୍କ ଦ୍ୱାରା ଦ୍ୱାରା ଭାରତକୁ ବଳ ଦେଉଥିଲେ। ସେହି ରାମ ସ୍ୱାଧୀନତା ସଂଗ୍ରାମରେ ବାପୁଙ୍କର ଭଜନରେ ଅହିଂସା ଓ ସତ୍ୟ ହୋଇ ଉପସ୍ଥିତ ଥିଲେ।
ବିଶ୍ୱରେ ଅନେକ ଦେଶ ରାମ ନାମର ବନ୍ଦନ କରନ୍ତି। ଇଣ୍ଡୋନେସିଆ ପରି ମୁସ୍ଲିମ ବହୁଳ ଦେଶରେ ବି ରାମ ପୂଜା ପାଆନ୍ତି। କମ୍ବୋଡ଼ିଆ, ଇରାକ ଓ ଇରାନରେ ବି ରାମ କଥାର ବିବରଣୀ ମିଳିବ। ସେହିପରି ଜାନକୀ ହରଣ ସହ ଶ୍ରୀଲଙ୍କା କଥା ରାମାୟଣରେ ଶୁଣିବାକୁ ମିଳେ।
ଭାରତ ବାହାରେ ଏମିତି ଡର୍ଜନ ଦେଶ ଅଛନ୍ତି ଯେଉଁଠି ରାମଙ୍କର କଥା ଶୁଣାଯାଏ। ରାମ ସମସ୍ତଙ୍କର ସମସ୍ତଙ୍କ ଭିତରେ ରହିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ରାମ ମନ୍ଦିର ପୂରା ମାନବତାକୁ ପ୍ରେରଣା ଦେବ
ଆମ ଦେଶ ଯେତେ ଶକ୍ତିଶାଳୀ ହେବ ସେତେ ପ୍ରୀତି ଓ ଶାନ୍ତି ଲାଗି ରହିବ। ରାମଙ୍କର ଏହି ନୀତି ଭାରତର ମାର୍ଗ ଦର୍ଶନ କରି ଆସୁଛି। ରାମଙ୍କ ଆଦର୍ଶକୁ ନେଇ ଭାରତ ଆଗକୁ ବଢ଼ୁଛି। ଯେବେ ବିଶ୍ୱ ରାମଙ୍କୁ ମାନିଛି ସେବେ ବିଶ୍ୱରେ ବିକାଶ ହୋଇଛି। ଆମର ସମସ୍ତଙ୍କର ବିକାଶ କରିବାର ଅଛି। ଆତ୍ମନିର୍ଭର ଭାରତର ନିର୍ମାଣ କରିବାର ଅଛି। ତାମିଲ୍ ରାମାୟଣରେ କୁହାଯାଇଛି ‘ଡେରି କରିବାନି, ଆଗେ ବଢ଼ିବା।‘ ଆମେ ଆଗେ ବଢ଼ିଲେ ଦେଶେ ଆଗକୁ ବଢ଼ିବ। ରାମଙ୍କର ମନ୍ଦିର ଯୁଗ ଯୁଗ ଧରି ପ୍ରେରଣା ଦେବ।
ଶେଷରେ କରୋନା ବିଷୟରେ ସତର୍କ କରାଇ ମୋଦି ‘ଦୋ ଗଜ୍ କି ଦୂରୀ, ମାସ୍କ ହେ ଜୁରୁରୀ’ କହି ଦେଶବାସୀଙ୍କ ବଧାଇ ଜଣାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)