Advertisment

ହାଥରସ ଘଟଣା: ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାରକୁ ହାଇକୋର୍ଟଙ୍କ ନିନ୍ଦା

ଲକ୍ଷ୍ନୌ: ହାଥରସ ଘଟଣାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍‌ ମାମଲାର ଶୁଣାଣି କରିଛନ୍ତି। ଯାହାର ବିସ୍ତୃତ କପି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ କୋର୍ଟ ପୋଲିସ୍‌ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି କୋର୍ଟ। ଧାର୍ମିକ ରୀତିନୀତି ଅନୁସାରେ ପୀଡ଼ିତାଙ୍କର ଶବସଂସ୍କାର ହେବା ଉଚିତ୍‌ ଥିଲା ବୋଲି କୋର୍ଟ କହିଛନ୍ତି। ତା ସହିତ ସରକାରୀ ଅଧିକାରୀ […]

author-image
Abinash Pati
ହାଥରସ ଘଟଣା: ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାରକୁ ହାଇକୋର୍ଟଙ୍କ ନିନ୍ଦା

hathrash

ଲକ୍ଷ୍ନୌ: ହାଥରସ ଘଟଣାରେ ସୋମବାର ଇଲାହାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ୍‌ ମାମଲାର ଶୁଣାଣି କରିଛନ୍ତି। ଯାହାର ବିସ୍ତୃତ କପି ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଯେ କୋର୍ଟ ପୋଲିସ୍‌ର ତରବରିଆ ଅନ୍ତିମ ସଂସ୍କାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏପରି କରିବା ମାନବାଧିକାର ଉଲ୍ଲଙ୍ଘନ ବୋଲି କହିବା ସହିତ ଜିଲ୍ଲାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି କୋର୍ଟ। ଧାର୍ମିକ ରୀତିନୀତି ଅନୁସାରେ ପୀଡ଼ିତାଙ୍କର ଶବସଂସ୍କାର ହେବା ଉଚିତ୍‌ ଥିଲା ବୋଲି କୋର୍ଟ କହିଛନ୍ତି। ତା ସହିତ ସରକାରୀ ଅଧିକାରୀ କିମ୍ବା କୌଣସି ରାଜନେତା ମାମଲାରେ ବୟାନବାଜି ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଅଧିକାରୀଙ୍କୁ ବି ଏହି ମାମଲାରେ କୌଣସି ବୟାନ ନ ଦେବାକୁ ନିର୍ଦ୍ଦେଶ ହୋଇଛି। 

Advertisment

କେବଳ ସେତିକି ନୁହେଁ, ଜିଲ୍ଲାଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ୟୁପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ। ତା ସହିତ ପୀଡ଼ିତ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ଯୋଗୀ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ମଧ୍ୟ ରିପୋର୍ଟିଂରେ ସଂଜମତା ରକ୍ଷା କରିବାକୁ କୋର୍ଟ କହିଛନ୍ତି। ଏଥିସହିତ ସିବିଆଇ ତଦନ୍ତର କୌଣସି ଘଟଣା ଗଣମାଧ୍ୟମକୁ ନ ଦିଆଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାରେ ଆଗାମୀ ଶୁଣାଣି ନଭେମ୍ବର ୨ ତାରିଖରେ ହବେ। ଏହି ଦିନ କୋର୍ଟରେ ହାଜର ହେବାକୁ ହାଥରସ ତତ୍କାଳିନ ଏସ୍‌ପି ବିକ୍ରାନ୍ତ ବୀରଙ୍କୁ କୋର୍ଟ ତଲବ କରିଛନ୍ତି।

Advertisment
Advertisment
Advertisment