/odishatv-khabar/media/post_attachments/uploadimage/library/16_9/16_9_0/cp_1627366356.jpg)
cp
ନୁଆଦିଲ୍ଲୀ: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍ଏନ ଶ୍ରୀବାସ୍ତବ। ଏଥିପାଇଁ ଚାଷୀ ନେତାମାନେ ଦାୟୀ ବୋଲି ପୋଲିସ କମିଶନର କହିଛନ୍ତି।
ଏନେଇ ସେ କହିଛନ୍ତି ଯେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ନ କରିବା ପାଇଁ ଚାଷୀ ନେତାଙ୍କୁ କହିଥିଲୁ। ମାତ୍ର ଚାଷୀ ନେତା ଜିଦ ଧରିବାରୁ ୫ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଚାଷୀ ନେତାଏ ଶାନ୍ତି ଶୃଙ୍ଖଳାର ସହ ରାଲି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସିଂଘୁ, ଟିକିରି ଓ ଗାଜିପୁରରୁ ନିର୍ଦ୍ଦିଷ୍ଟ ରୁଟ୍ରେ ରାଲି ଅନୁମତି ଦିଆ ଯାଇଥିଲା। କିନ୍ତୁ ଚାଷୀ ନେତାମାନେ ବିଷୃଙ୍କଳା ଆନ୍ଦୋଳନକାରୀମାନଙ୍କୁ ଛାଡ଼ିଥିଲେ ବୋଲି ସେ କହିଛନ୍ତି।/odishatv-khabar/media/post_attachments/indiatoday/images/story/202101/Rally_1200x768.jpeg)
ଅଧିକ ସୂଚନ ଆଦେଇ ସେ କହିଚନ୍ତି ଯେ ଦିନ ୧୨ଟାରୁ ଆରମ୍ଭ ହୋଇ ୫ଟା ଭିତରେ ସାରିବାକୁ ନିଷ୍ପତ୍ତି ହୋଇଥିଲା। ଟ୍ରାକ୍ଟର ରାଲିର ନେତୃତ୍ୱ ନେବା ପାଇଁ ଚାଷୀ ନେତା ପ୍ରତିଶ୍ରୁତି ଦେଇଥିଲେ। ୫ ହଜାରରୁ ଅଧିକ ଟ୍ରାକ୍ଟର ରାଲିରେ ସାମିଲ ହେବ ନାହିଁ ବୋଲି କହିଥିଲେ। ଯେକୌଣସି ପ୍ରକାର ଅସ୍ତ୍ରଶସ୍ତ୍ରକୁ ରାଲି ବେଳେ ବାରଣ କରାଯାଇଥିଲା।/odishatv-khabar/media/post_attachments/indiatoday/images/story/202101/farmers_protest_AFP-min_1200x768.jpeg)
ଆଲୋଚନା ଅନୁସାରେ ଚାଷୀ ନେତା ରାଲି ନେଇ ଅଣ୍ଡରଟେକିଂ ବି ଦେଇଥିଲେ। ମାତ୍ର ଟ୍ରାକ୍ଟର ରାଲି ବେଳେ ଆତଙ୍କ ସୃଷ୍ଟିକାରୀଙ୍କୁ ଆଗକୁ ଛାଡ଼ିଦେଲେ ବୋଲି କମିଶନର କହିଛନ୍ତି। ଚାଷୀ ନେତାମାନେ ଉତ୍ତେଜନାପ୍ରବଣ ଭାଷଣ ଦେଇ ଆଇନ ଭାଙ୍ଗିବା ସହିତ ସତନାମ ସିଂହ ପାନୁ ଓ ଦର୍ଶନ ପାଲ ସିଂହଙ୍କ ନାମ ନେଇ ଚାଷୀ ନେତାଙ୍କୁ ହିଂସା ପାଇଁ ଦାୟୀ କରିଛନ୍ତି ପୋଲିସ କମିଶନର।
/odishatv-khabar/media/post_attachments/img/2021/01/26/550x309/35cc2d2c-5fa3-11eb-b520-bbba5c17409e_1611644120085.jpg)
ତେବେ ହିଂସାକାଣ୍ଡରେ ୩୯୪ ପୋଲିସ କର୍ମୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ କେତେକ ICUରେ ଥିବା ବେଳେ ୩୦ ପୋଲିସ ଗାଡ଼ି ଓ ୬ଟି କଣ୍ଟେନର ଭାଙ୍ଗିଛି ଓ ୪୨୮ ବ୍ୟାରିକେଡ ନଷ୍ଟ ହୋଇଛି ବୋଲି କମିସନର ସୂଚନା ଦେଇଛନ୍ତି। ହିଂସାକାଣ୍ଡ ପାଇଁ ୧୯ ଜଣ ଗିରଫ ହୋଇଛନ୍ତି। ୫୦ ଜଣ ଅଟକ ଅଛନ୍ତି। ଯେଉଁମାନଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।
/odishatv-khabar/media/post_attachments/img/2021/01/27/550x309/5fdc6260-604a-11eb-9396-d069b56ed194_1611721611948_1611721619132.jpg)
ଅନ୍ୟପଟେ ହିଂସା ପରେ ଚାଷୀ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। ଦୁଇଟି ପ୍ରମୁଖ ଚାଷୀ ସଂଗଠନ ଆନ୍ଦୋଳନରୁ ଓହରିବା ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଆନ୍ଦୋଳନରୁ ଓହରି ଯାଇଛି। ଏନେଇ ସଙ୍ଗଠନର ମୁଖ୍ୟ ଭିଏମ୍ ସିଂହଙ୍କ ସୂଚନା ଦେଇଛନ୍ତି।
![]()
ଅନ୍ୟପଟେ ଭାରତୀୟ କିଷାନ ୟୁନିୟନ ମଧ୍ୟ ଆନ୍ଦୋଳନରୁ ଓହରିବା ନେଇ ଘୋଷଣା କରିଛି। ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ହୋଇଥିବା ହିଂସାକାଣ୍ଡକୁ ନେଇ ସଂଗଠନ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କିଷାନ ୟୁନିୟନ୍ର ମୁଖ୍ୟ ଠାକୁର ଭାନୁ ପ୍ରତାପ ସିଂହଙ୍କ ଘୋଷଣା କରିଛନ୍ତି। ଗତକାଲିର ଘଟଣା ତାଙ୍କୁ ଭୀଷଣ ଆଘାତ ଦେଇଥିବା ଭାନୁ ପ୍ରତାପ କହିଛନ୍ତି।ଉଭୟ ସଂଗଠନ ହିଂସାକୁ ବିରୋଧ କରିବା ସହିତ ଏମିତି ହିଂସାତ୍ମକ ବିକ୍ଷୋଭ କରିପାରିବେ ନାହିଁ ବୋଲି କହିଛନ୍ତି।/odishatv-khabar/media/post_attachments/sites/btmt/images/stories/injured_660_270121125152.jpg)
ଆନ୍ଦୋଳନରୁ ଓହରିବା ନେଇ ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନର ନେତା ଭିଏମ୍ ସିଂହ କହିଛନ୍ତି ଯେ ସଂଘ ତୁରନ୍ତ ଆନ୍ଦୋଳନରୁ ଓହରୁଛି। କାରଣ ଏମତି ଆନ୍ଦୋଳନ ଆଦୌ ଗ୍ରହଣୀୟ ନୁହେଁ। ସେ କହିଛନ୍ତି " ଆମେ ଆମ ଅନ୍ଦୋଳନ ବନ୍ଦ କରୁଛୁ। କିନ୍ତୁ କୃଷକଙ୍କ ପାଇଁ ଆମ ଲଢ଼େଇ ଜାରି ରହିବ। ଆନ୍ଦୋଳନ ଜାରି ରହିବ, କିନ୍ତୁ ଏମିତି ନୁହେଁ। ଏହି ପ୍ରକାର ଆନ୍ଦୋଳନ ଆଦୌ ଗ୍ରାହଣୀୟ ନୁହେଁ। " ଗାଜିପୁର ବୋର୍ଡରେ ଗଣାମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଭିଏମ୍ ସିଂହ।
[caption id="" align="aligncenter" width="1200"]
ଚାଷୀ ନେତା ଭି ଏମ ସିଂହ ଓ ଠାକୁର ଭାନୁ ପ୍ରତାପ ସିଂହ[/caption]
ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କିମ୍ବା ତାଙ୍କ ସଂଗଠନର ଏଥିରେ କୌଣସି ହାତ ନାହିଁ ବୋଲି ଭିଏମ୍ ସିଂହ କହିଛନ୍ତି। ଏଥିସହିତ ରାକେଶ ଟିକାୟତ ହିଂ ତାର ନେତୃତ୍ୱ ନେଇଥିବା ସେ ଅଭିଯୋଗ କରିଛନ୍ତି।/odishatv-khabar/media/post_attachments/img/2021/01/26/550x309/5fea80a0-5fcf-11eb-b520-bbba5c17409e_1611663142782.jpg)
ଅନ୍ୟପଟେ ଭାରତୀୟ କିଷାନ ୟୁନିୟନର ମୁଖ୍ୟ ଠାକୁର ଭାନୁ ପ୍ରତାପ କହିଛନ୍ତି "ଗତକାଲି ଦିଲ୍ଲୀରେ ଯାହା ଘଟିଛି ଏଥିପାଇଁ ମୁଁ ଗଭୀର ଭାବେ ମର୍ମାହତ। ଏଥିପାଇଁ ମୁଁ ଆମର ୫୮ ଦିନର ଅନ୍ଦୋଳନକୁ ଶେଷ କରୁଛି।"/odishatv-khabar/media/post_attachments/uploads/user/imagelibrary/2021/1/26/w900X450/PTI01_26_2021_.jpg)
ଗତକାଲି ଦିଲ୍ଲୀରେ ହୋଇଥିବା ଏହି ହିଂସାରେ ପ୍ରାୟ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବିକ୍ଷୋଭକାରୀଙ୍କ ଦେହାନ୍ତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
![]()
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)