kjriwal
ନୂଆଦିଲ୍ଲୀ: ବିହାର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଯୋଗାଇ ଦେବାକୁ ବିଜେପି କହିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ବିଜେପିର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛନ୍ତି। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମାଗଣା କୋଭିଡ୍ ଭ୍ୟାକ୍ସିନ ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ମିଳିବା ଦରକାର ବୋଲି ଅରବିନ୍ଦ କହିଛନ୍ତି।
ସେ କହିଛନ୍ତି “ପୂରା ଦେଶରେ ମାଗଣା କୋଭିଡ୍ ଭ୍ୟାକ୍ସିନ ବଣ୍ଟାଯିବ ଦରକାର। ଏହା ଦେଶର ସମସ୍ତ ନାଗରିକଙ୍କ ଅଧିକାର। କାରଣ ସମସ୍ତେ କରୋନା ଭାଇରସରେ ପ୍ରଭାବିତ ହୋଇଛନ୍ତି।” ଉତ୍ତରପୂର୍ବ ଦିଲ୍ଲୀର ଏକ ଫ୍ଲାଏଓଭର ଉଦ୍ଘାଟନ କରୁଥିବା ସମୟରେ ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତ ଅରବିନ୍ଦ।
ତେବେ ମାଗଣା ଭ୍ୟାକ୍ସିନ୍କୁ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ୱାସ୍ଥ୍ୟକର୍ମୀ। ଏପରି ଗୋଟେ ସମ୍ବେଦନଶୀଳ ଘଟଣାକୁ ରାଜନୀତି ସହିତ ଯୋଡ଼ିବା କଥା ନୁହେଁ ବୋଲି ହେଲ୍ଥ ଏକ୍ସପର୍ଟମାନେ କହିଛନ୍ତି। ବିଜେପିର ମାଗଣା ଭ୍ୟାକ୍ସିନ ବଣ୍ଟନ ପ୍ରତିଶ୍ରୁତି ପରେ ମଧ୍ୟପ୍ରଦେଶ ଓ ତାମିଲନାଡ଼ୁ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kjriwal-1_1625189732.jpg)