/odishatv-khabar/media/post_attachments/uploadimage/library/16_9/16_9_0/phoot_1625459417.jpg)
phoot
ଥିରୁଭନନ୍ତପୁରମ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍ପି ସୂଚନା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
କେରଳର କୋଝିକୋଡେର କାରିପୁର ଏୟାରପୋର୍ଟରେ କ୍ରାସ ଲ୍ୟାଣ୍ଡିଂ ହୋଇଛି ବିମାନ। ଏୟାର ଇଣ୍ଡିଆ IX-1344 ଫ୍ଲାଇଟ୍ ଟି ଦୁବାଇରୁ ୧୯୧ଜଣଙ୍କୁ ନେଇ ଆସୁଥିବା ବେଳେ ଲ୍ୟାଣ୍ଡିଂ ସମୟରେ ଭାରାସାମ୍ୟ ହରାଇବାରୁ କ୍ରାସ୍ ହୋଇ ବିମାନଟି ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏୟାରପୋର୍ଟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ସନ୍ଧ୍ୟା ୭.୪୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି।
/odishatv-khabar/media/post_attachments/v/t1.0-9/s960x960/117231891_3474376112652309_5086967936932746121_o.jpg)
ଏହି ବିମାନ ବନ୍ଦେ ଭାରତ ପ୍ରୋଗ୍ରାମରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା କାର୍ଯ୍ୟରେ ଥିଲା। ଦୁବାଇରୁ କେରଳକୁ ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।
/odishatv-khabar/media/post_attachments/wp-content/uploads/2020/08/ani.jpg)
ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀ ଏବଂ ପୂର୍ବତନ ଭାରତୀୟ ବାୟୁସେନା (IAF) ଟେଷ୍ଟ ପାଇଲଟ କ୍ୟାପଟେନ ଡିଭି ସାଥେଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପ୍ରାୟ ୩୫ ଜଣ ଯାତ୍ରୀ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ମିଳିପାରି ନାହିଁ। ତେବେ କୋଜିକୋଡେ ବିଧାୟକ ଏମ୍କେ ମନୀରଙ୍କ କହିବାନୁସାରେ, ୧୭୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
/odishatv-khabar/media/post_attachments/2020-08/pl9coflo_air-india-express-kozhikode-ndtv-_625x300_07_August_20.jpg)
ବିମାନରେ ୧୭୪ ଯାତ୍ରୀଙ୍କ ସହିତ ୫ କ୍ୟାବିନ୍ କ୍ରୁ ମେମ୍ବରଙ୍କ ସହିତ ୧୦ ଶିଶୁ ଓ ଦୁଇ ପାଇଲଟ୍ ଥିଲେ। ଏହି ଘଟଣାରେ ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଡିଜିସିଏ(ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ ଆଭିଏସନ୍) ନିର୍ଦ୍ଦେଶ ଦେଇଛନ୍ତି। ଏୟାରପୋର୍ଟରେ ବିମାନଟି ଲ୍ୟାଣ୍ଡିଂ କରୁଥିବା ବେଳେ ଭିଜିବିଲିଟି ୨୦୦୦ ମିଟର ଥିଲା ବୋଲି DGCA କହିଛନ୍ତି। ତେବେ ଲ୍ୟାଣ୍ଡିଂ ବେଳେ ବିସ୍ଫୋରଣ କିମ୍ବା ନିଆଁ ଲାଗିନଥିବା ପ୍ରାଥମିକ ସୂଚନା ମିଳିଛି।
#big_breaking#WATCH
ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ, କେରଳର କୋଝିକୋଡେର କାରିପୁର ଏୟାରପୋର୍ଟରେ କ୍ରାସ ଲ୍ୟାଣ୍ଡିଂ ହୋଇଛି, ବିମାନରେ ୧୭୪ ଯାତ୍ରୀ ଥିବା ସୂଚନା pic.twitter.com/ZYLruTgp3f— ଓଟିଭି (@otvkhabar) August 7, 2020
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବା ସହିତ ଆହତଙ୍କୁ ତୁରନ୍ତ ମେଡିକାଲ୍ ପହଞ୍ଚାଇବାକୁ କେରଳ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନଙ୍କୁ ଡାକ୍ତରଖାନା ନିଆଯାଉଥିବା ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଡିଜି ମିଡିଆ ରାଜୀବ ଜୈନ୍।
#FIRST_VISUALS
ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ, କେରଳର କଲିକଟ ଏୟାରପୋର୍ଟରେ ଫ୍ଲାଇଟ୍ କ୍ରାସ ହୋଇଛି,(Source: @aviatorpranoy ) pic.twitter.com/vh9JpuoTS5
— ଓଟିଭି (@otvkhabar) August 7, 2020
ଏୟାର ଇଣ୍ଡିଆ ବିମାନ କେରଳର କଲିକୁଟ ଏୟାର୍ପୋର୍ଟରେ କ୍ରାସ୍ ହେବା ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଭାରତର କନସୁଲେଟ୍ ଜେନେରାଲ୍ ଦୁବାଇ। ଏହି ହେଲ୍ପ ଲାଇନ୍ ନମ୍ବରଗୁଡ଼ିକ ହେଲା- ୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୫ ।
Distressed to learn about the tragic accident of Air India Express aircraft in Kozhikode, Kerala.
Have instructed NDRF to reach the site at the earliest and assist with the rescue operations.
— Amit Shah (@AmitShah) August 7, 2020
କଲିକୁଟ ଏୟାର୍ପୋର୍ଟ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ସେ ଟ୍ୱିଟ୍ କରି ଲେଖିଛନ୍ତି, "କେରଳର କୋଜିକୋଡେରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଦୁର୍ଘଟଣା ବିଷୟରେ ଜାଣି ଦୁଃଖ ଲାଗୁଛି। ଘଟଣା ସ୍ଥଳରେ ଶୀଘ୍ର ପହଞ୍ଚିବା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ NDRF କୁ ନିର୍ଦ୍ଦେଶ ଦିଆଯାଇଛି।''
Devastating news from Kozhikode, Kerala. I am deeply anguished by the loss of lives due to an accident carrying several passengers on Air India flight.
In this hour of grief, my thoughts are with the bereaved families. I pray for the speedy recovery of the injured.
— Rajnath Singh (@rajnathsingh) August 7, 2020
ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ସହିତ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଘଟଣା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ଆଲୋଚନା କରିଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି ମୋଦି।
Deeply distressed by the #AirIndiaExpress crash. Praying for all on board.
— Baijayant Jay Panda (@PandaJay) August 7, 2020
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶକ ରି ଟ୍ୱିଟ୍ କରିଛନ୍ତି।
Pained by the plane accident in Kozhikode. My thoughts are with those who lost their loved ones. May the injured recover at the earliest. Spoke to Kerala CM @vijayanpinarayi Ji regarding the situation. Authorities are at the spot, providing all assistance to the affected.
— Narendra Modi (@narendramodi) August 7, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)