Advertisment

ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଅସୁସ୍ଥତା ଯୋଗୁ ସେ ପ୍ରାଣ ହରାଇଥିବା କହିଛନ୍ତି। ବିଜୟା ନିର୍ମଳା ୨୦୦ରୁ […]

author-image
Minati Mishra
ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

wqq-1 (1)

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

Advertisment

ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ସେ ସ୍ପଷ୍ଟ ସୂଚନା ଦେଇ ନଥିଲେ ହେଁ ଅସୁସ୍ଥତା ଯୋଗୁ ସେ ପ୍ରାଣ ହରାଇଥିବା କହିଛନ୍ତି।

ବିଜୟା ନିର୍ମଳା ୨୦୦ରୁ ଅଧିକ ତାମିଲ, ତେଲୁଗୁ ଓ ମାଲାଲିୟମ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ୪୪ଟି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିଜୟା ନିର୍ମଳା ତାଙ୍କ ସ୍ୱାମୀ କ୍ରିଷ୍ଣା, ପୁଅ ନରେଶ ଏବଂ ପାଳିତ ପୁଅ ଝିଅଙ୍କ ସହ ରହୁଥିଲେ। ଏହି ପାଳିତ ପୁଅଙ୍କ ମଧ୍ୟରେ ସୁପରଷ୍ଟାର ମହେଶ ବାବୁ ଅନ୍ୟତମ। ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ବିଜୟାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

Advertisment
Advertisment
Advertisment