Advertisment

ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଶାଳା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ସିନେମାରେ ଅଭିନୟ କରିଥିବା ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ୫୩ ବର୍ଷୀୟ ଆସିଫ୍ ବାଶ୍ରାଙ୍କ ମୃତ୍ୟୁ ହେଲା କେମିତି […]

ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

asif-bishra

Advertisment

ଧର୍ମଶାଳା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ସିନେମାରେ ଅଭିନୟ କରିଥିବା ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ପୋଲିସ ଉଦ୍ଧାର କରିଛି।

Advertisment

ତେବେ ୫୩ ବର୍ଷୀୟ ଆସିଫ୍ ବାଶ୍ରାଙ୍କ ମୃତ୍ୟୁ ହେଲା କେମିତି ? ହତ୍ୟା ପଛର କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ତାକୁ ନେଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ଼ ଜାରି ରଖିଛନ୍ତି। ତେବେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି।

ଯଦି ଆତ୍ମହତ୍ୟା ତେବେ ଏହାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା କହିଛି ଧର୍ମଶାଳା ପୋଲିସ।  ୧୯୮୯ ମସିହାରେ ଅମରାବତୀରୁ ମୁମ୍ବାଇ ଆସି ଥିଏଟର୍ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୪ରେ ବ୍ଲାକ୍ ଫ୍ରାଇଡେ, ୨୦୦୭ରେ ଜବ୍ ଉଇ ମେଟ୍, ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ଆଦି ଏକାଧିକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଆସିଫ୍ ବାଶ୍ରା। ତାଙ୍କର ଶେଷ ଫିଲ୍ମ ଥିଲା ୨୦୧୯ରେ ରିଲିଜ୍ ହୋଇଥିବା ଦି ତାସ୍‌କେଣ୍ଟ ଫାଇଲ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ