/odishatv-khabar/media/post_attachments/uploadimage/library/16_9/16_9_0/disha-ravi_1627367362.jpg)
disha-ravi
ନୂଆଦିଲ୍ଲୀ: ସ୍ୱିଡେନ୍ର ପରିବେଶବିତ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନ ସମ୍ପର୍କିତ ଶେୟାର କରିଥିବା ଟୁଲ୍କିଟ୍ରେ ସମ୍ପୃକ୍ତି ନେଇ ପରିବେଶବିତ୍ ଦିଶା ରବିଙ୍କୁ ସକାଳେ ଗିରଫ୍ କରିବା ପରେ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ୍। ଦିଲ୍ଲୀ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି।
ଗ୍ରେଟା ଶେୟାର କରିଥିବା ଟୁଲ୍କିଟ୍ ସମ୍ପର୍କରେ ପଚରାଉଚରା ପାଇଁ ରବିବାର ସକାଳେ ଦିଶାଙ୍କୁ ବେଙ୍ଗାଲୁରୁ ସୋଲାଦେଭନହାଲି ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଦିଶା ଏହି ଟୁଲ୍କିଟ୍କୁ ପ୍ରସାର କରିଥିବା ଅଭିଯୋଗ ହୋଇଛି। ସକାଳେ ଗିରଫ ହେବା ପରେ ଦିଶାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା।
ଭାରତ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ କରି ଦିଶାକୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ କହିଥିଲା ପୋଲିସ୍। ଏହି ଘଟଣାରେ ହଜାର ହଜାର ଲୋକ ସାମିଲ୍ ଅଛନ୍ତି। ଫେବ୍ରୁଆରୀ ୩ ତାରିଖରେ ଦିଶା ରବି ଏହି ଟୁଲ୍କିଟକୁ ଏଡିଟ୍ କରିଥିବା ମଧ୍ୟ ପୋଲିସ୍ ଅଭିଯୋଗ କରିଛି।
ସକାଳେ ଦିଲ୍ଲୀର ପିଟିଆଲା ହାଉସ୍କୋର୍ଟର ମାମଲା ସମ୍ପର୍କରେ ଶୁଣାଣି ଚାଲିଥିବା ବେଳେ ଦିଶାକୁ ଟୁଲ୍କିଟ୍କୁ ଏଡିଟ୍ କରିଥିବା ସ୍ୱୀକାର କରିଥିଲେ। କୃଷକ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ସେମାନଙ୍କୁ ସମର୍ଥନ କରିବା ପାଇଁ ଟୁଲ୍କିଟ୍ର ଦୁଇ ଲାଇନ୍ ଏଡିଟ୍ କରିଥିଲେ ବୋଲି ଦିଶା କହିଥିବା ସୂଚନା ମିଳିଛି।
ଦିଶା ରବି 'ଫ୍ରାଇଡେ ଫର୍ ଫ୍ୟୁଚର' ନାମକ ପରିବେଶଭିତ୍ତିକ ଆନ୍ଦୋଳନର ଜଣେ ସଂସ୍ଥାପକ। ୨୦୧୮ରେ ଏହି ବିଶ୍ୱ ଦଳବାୟୁ ପ୍ରଦୂଷଣ ବିରୋଧ ଅଭିଯାନ ଆରମ୍ଭ ହୋଇଥିଲା। ସେତେବେଳ ଗ୍ରେଟା ମଧ୍ୟ ସ୍କୁଲ୍ ପିଲାଙ୍କୁ ଉପରେ ଚାପ ବିରୋଧରେ ଆନ୍ଦଳନ ଆରମ୍ଭ କରିଥିଲେ।
ଗ୍ରେଟାଙ୍କ ଦ୍ୱାରା ଶେୟଆର ହୋଇଥିବା ଟୁଲ୍କିଟକୁ ସରକାର ବିରୋଧୀ ଷଡ଼ଯନ୍ତ୍ର ମନେ କରି ଫେବ୍ରୁଆରୀ ୪ ତାରିଖରେ ଏକ ମାମଲା ରୁଜ୍ଜୁ କରିଥିଲା ଦିଲ୍ଲୀ ପୋଲିସ୍। କିଏ ଏହାକୁ ତିଆରି କରିଛି କିଏ ଶେୟାର କରିଛନ୍ତି ସେଇ ସମସ୍ତଙ୍କୁ ତଥ୍ୟ ମଧ୍ୟ ମଗାଯାଇଥିଲା। ଗୁଗୁଲର ସହାୟତା ମଧ୍ୟ ଲୋଡ଼ିଥିଲା ପୋଲିସ୍। ଯେଉଁମାନଙ୍କର ଏଥିରେ ସମ୍ପୃକ୍ତ ଥିବା ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣଇଟ ଇ-ମେଲ୍ ଓ ଯୁଆର୍ଏଲ୍ ଆଦି ଶେୟାର କରିବାକୁ ଗୁଗଲ୍କୁ କହିଥିଲା ପୋଲିସ୍।
ଟୁଲକିଟ୍ ଟୁଇଟ୍ ଜରିଆରେ ବିଷମଞ୍ଜି ବୁଣା ଯାଇଥିଲା ଦିଲ୍ଲୀ ପୋଲିସ କହିଥିଲା। ମାମଲା ରୁଜୁଜ ପରେ ଟୁଲକିଟ୍ ଟୁଇଟ୍ ଶେୟାର କରିଥିବା ଲୋକଙ୍କୁ ଖୋଜିବାକୁ ତଦନ୍ତ ଆରମ୍ଭ ହୋଇଥିଲା। ଟୁଇଟ୍ ଦ୍ୱାରା ଗୋଷ୍ଠୀ ବିବାଦ ସୃଷ୍ଟି ଉଦ୍ୟମ ହୋଇଥିବା ଦିଲ୍ଲୀ ପୋଲିସ ସାମ୍ବାଦିକ ସମ୍ମିଳନୀରେ କହିଥିଲା। ଟୁଲକିଟ୍ କିଏ ସୃଷ୍ଟି କରିଥିଲ ତାଙ୍କୁ ଖୋଜା ଚାଲିଛି ବୋଲି ପ୍ରବୀର ରଞ୍ଜନ ସୂଚନା ଦେଇଥିଲେ। ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)