Advertisment

ଆତଙ୍କବାଦୀଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାଣ୍ଠି ଯୋଗାଣାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ଭାରତ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ୍ ସୂଚନା ଦେଇଛନ୍ତି। ଆତଙ୍କବାଦୀ ମାନେ ଦିନକୁ ଦିନ ନୂଆ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛନ୍ତି। ଏପରିକି କିଛି ଦେଶ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି। ତେଣୁ ମିଳିତ […]

author-image
Jyotsnamayee Pradhan
ଆତଙ୍କବାଦୀଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

2

ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାଣ୍ଠି ଯୋଗାଣାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। ଭାରତ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱାଗତ କରାଯାଇଛି। ଭାରତ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ୍ ସୂଚନା ଦେଇଛନ୍ତି। ଆତଙ୍କବାଦୀ ମାନେ ଦିନକୁ ଦିନ ନୂଆ ମାଧ୍ୟମରେ ପାଣ୍ଠି ଯୋଗାଡ କରୁଛନ୍ତି। ଏପରିକି କିଛି ଦେଶ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି। ତେଣୁ ମିଳିତ ଜାତିସଂଘର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ଦେଶ ଆଗେଇ ଆସିବାକୁ ଭାରତ ଆହ୍ୱାନ ଦେଇଛି।

Advertisment
Advertisment
Advertisment