Advertisment

ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି…

author-image
Satyendu Shekher Mishra
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

yogi adityanath

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି ଆଗରେ ନୂଆ ଦାବି ରଖିଛନ୍ତି ।

Advertisment

ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ବିଜେପି ଘୋଷଣା କରୁ ବୋଲି ସେ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ଏହା ପୂର୍ବରୁ ସଞ୍ଜୟ ନିଶଦ ଓ ଅନ୍ୟ ମେଣ୍ଟଭୁକ୍ତ ଦଳର ନେତା ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍‌ ବର୍ଥ ଦାବି କରିଥିଲେ । ଦଳର ବିଧାୟକ ଓ ସାଂସଦମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ୟାବିନେଟ୍‌ରେ ସ୍ଥାନ ଦେବାକୁ ସେମାନେ ଦାବି କରିଥିଲେ ।

ସଞ୍ଜୟ ନିଶଦ କହିଛନ୍ତି ଯେ, ମେଣ୍ଟ ସମୟରେ ବିଜେପି ଆମକୁ କିଛି କ୍ୟାବିନେଟ୍ ପଦ ଓ ରାଜ୍ୟସଭା ଆସନର ପ୍ରତିଶ୍ରୁତି ଦେଇଥିଲା । ମୋତେ ଡେପୁଟି ସିଏମ୍ ପଦ ଦେବାକୁ ବି ସର୍ତ୍ତ ହୋଇଥିଲା, ଯାହା ପୂରଣ ହୋଇନି । ଯଦି ସେମାନେ ଆମକୁ ଦୁଃଖିତ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ଖୁସିରେ ରହିବାକୁ ଦିଆଯିବ ନାହିଁ ବୋଲି ସଞ୍ଜୟ ଚେତାବନୀ ଦେଇଛନ୍ତି ।

Advertisment
Uttar Pradesh Yogi Aditya Nath
Advertisment
Advertisment