Advertisment

RJD ମୁଖ୍ୟ ଲାଲୁ ଯାଦବଙ୍କ ସୁରକ୍ଷାରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍‌ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। […]

ଅଦ୍ୟତନ ହୋଇଛି
RJD ମୁଖ୍ୟ ଲାଲୁ ଯାଦବଙ୍କ ସୁରକ୍ଷାରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

lalu

Advertisment

ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି।

Advertisment

୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍‌ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। ଲାଲୁଙ୍କ ସୁରକ୍ଷା ପାଇଁ ସେଠାରେ ଏହି ସିକ୍ୟୁରିଟିମାନଙ୍କୁ ମୁତୟନ କରାଯାଇଥିଲା। ଏବେ ସେମାନେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏହାପରେ ସେଠାରୁ ସମସ୍ତ ସୁରକ୍ଷା କର୍ମୀଙ୍କୁ ହଟାଇ ନିଆଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଆଜି ବିହାରରେ ୨୪ ଘଣ୍ଟାରେ ୨୪୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୧୦୭୯୪୫ କରୋନା ଟେଷ୍ଟ କରାଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୋ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୨୧୦ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୩୫୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୮୮୧୬୩ ହୋଇଛି। ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହାର ବଢ଼ୁଛି। ବିହାରରେ ସୁସ୍ଥ ହାର ୭୬.୫୩ % ରହିଛି। ଯାହା ଜାତୀୟ ହାର ଠାରୁ ଅଧିକ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ