/odishatv-khabar/media/post_attachments/uploadimage/library/16_9/16_9_0/corona-23424_1623572665.jpg)
corona
ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଏବେ ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ଦୁଇ ପାଞ୍ଚ ପ୍ରତିଶତ । ଲଗାତର ୨୦ ଦିନ ଧରି ଏହା ୧୦ ପ୍ରତିଶତ ତଳେ ରହିଛି ।
ଏହା ସହିତ ଦିନକରେ ୩ ହଜାର ୩୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୧୦ ଲକ୍ଷ ୨୬ ହଜାର ୧୫୯ । ସେହିଭଳି ୯୫.୨୬ ପ୍ରତିଶତକୁ ବୃଦ୍ଧି ପାଇଛି ସୁସ୍ଥତା ହାର । ଏପର୍ଯ୍ୟନ୍ତ ଦେଶରେ ୨୫ କୋଟି ୩୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଗଲାଣି ।
ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ ଏବେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୯୧ ହଜାର ୭୯୬ ।
ଅନ୍ୟପଟେ ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ ଏବେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୯୧ ହଜାର ୭୯୬ । ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ତଳମୁହାଁ ସଂକ୍ରମଣ ହାର । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏବେ ସୁସ୍ଥତା ହାର ରହିଛି ୯୫.୪୮ ପ୍ରତିଶତ । ସେହିପରି ମହାରାଷ୍ଟ୍ରରେ ୧ ଲକ୍ଷ ୫୫ ହଜାର ୪୭୪ ଆକ୍ଟିଭ୍ କେସ ରହିଛି ।
ସେପଟେ ପଞ୍ଜାବରେ ୩ ମାସ ପରେ ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମଣ । ଅନ୍ୟପଟେ ଦେଶରେ ଏଯାଏଁ ମୋଟ ୨୫ କୋଟି ଲୋକଙ୍କୁ ଭ୍ୟାକ୍ସିନ୍ ଦିଆ ସରିଲାଣି । ପ୍ରାୟ ୨୦ କୋଟି ଲୋକେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ନେଇସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)