COVISHIELD
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ୭ଟି ଦେଶ ଅଷ୍ଟ୍ରୀଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆର୍ୟଲାଣ୍ଡ, ସ୍ପେନ୍ ଏବଂ ସ୍ୱୀଜରଲାଣ୍ଡ ପକ୍ଷରୁ କୋଭିସିଲ୍ଡ ଟିକାକୁ ସବୁଜ ସଙ୍କେତ ଦିଆଯାଇଛି । ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ ନାହିଁ ।
ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ସ୍ୱୀକାର କରିବା ପାଇଁ ୟୁରୋପୀୟ ସଂଘକୁ ଭାରତ ଚେତାବନୀ ଦେଇଥିଲା । ନଚେତ ଭାରତ ଆସିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ବାଧ୍ୟତାମୂକଳ ବୋଲି କୁହାଯାଇଥିଲା । ଏହାପରେ ୟୁରୋପୀୟ ସଂଘର ୭ଟି ଦେଶ ପକ୍ଷରୁ କୋଭିସିଲ୍ଡ ଟିକାକୁ ଅନୁମତି ଦିଆଯାଇଥିଲା । ତେବେ ଏବେ ବି କିଛି ଦେଶ ଅଛନ୍ତି ଯେଉଁମାନେ କୋଭିସିଲ୍ଡକୁ ଅନୁମତି ଦେଇ ନାହାନ୍ତି ।
କୋଭିସିଲ୍ଡ ଓ କୋଭାକ୍ସିନକୁ ୟୁରୋପିଆନ୍ ୟୁନିଅନ ଅନୁମତି ନଦେବା ପରେ ଭାରତ ସରକାର କଡ଼ା ଆପତ୍ତି ଜଣାଇ ଅସନ୍ତୋଷ ପ୍ରକାଶ କରିବାର ୨୪ ଘଣ୍ଟା ଭିତରେ ଏକ ସକାରାତ୍ମକ ଖବର ଆସିଛି । ୟୁରୋପିଆନ୍ ୟୁନିଅନରେ ସାମିଲ ଥିବା ୭ଟି ଦେଶ କୋଭିସିଲ୍ଟ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ଯେଉଁମାନେ କୋଭିସିଲ୍ଡ ଟିକା ନେଇଥିବେ ତାଙ୍କୁ ଏହି ୭ଟି ଦେଶ ଭିସା ଦେବେ । ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ୍ ଏବେ କୋଭିଶିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି । ଏବେ ଯେଉଁମାନେ କୋଭିସିଲ୍ଡ ଟିକା ନେଇଛନ୍ତି ସେମାନେ କୋଓ୍ୱିନ ଆପ ମାଧ୍ୟମରେ ତାଙ୍କ ଟିକାକରଣର ସାର୍ଟିଫିକେଟ ବା ପ୍ରମାଣପତ୍ର ଦେଖାଇଲେ, ଏହି ୭ ୟୁରୋପିଆନ୍ ଦେଶ ଗ୍ରହଣ କରିବା ସହ ଭିସା ପ୍ରଦାନ କରିବେ।
ଏହା ପୂର୍ବରୁ ଆମେରିକାର ଫାଇଜର, ମୋଡର୍ଣ୍ଣା, ଭାକ୍ସଜେଭରିଆ ଏବଂ ଜନଶନ ଆଣ୍ଡ ଜନଶନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ଦେବାକୁ ୟୁରୋପିଆନ୍ ୟୁନିଅନ ଅନୁମତି ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/947383-covishield-vaccine-sii_1625150956.jpg)