Advertisment

ଭୟଙ୍କର ସଡ଼କ ଦୁର୍ଘଟଣା; ୬ ଶିଶୁଙ୍କ ସମେତ ୧୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବୋଲେରୋ ସହ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ନବାବଗଞ୍ଜ ଶେଖପୁରରୁ ଫେରୁଥିଲେ। ଏହି ସମୟରେ ମାଣିକପୁର ଥାନା ଅନ୍ତର୍ଗତ  ପ୍ରୟାଗରାଜ-ଲକ୍ଷ୍ନୌ ହାଇୱେରେ ବୋଲେରୋଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ୍‌କୁ ଧକ୍କା […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଭୟଙ୍କର ସଡ଼କ ଦୁର୍ଘଟଣା; ୬ ଶିଶୁଙ୍କ ସମେତ ୧୪ ମୃତ

accident

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବୋଲେରୋ ସହ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ନବାବଗଞ୍ଜ ଶେଖପୁରରୁ ଫେରୁଥିଲେ। ଏହି ସମୟରେ ମାଣିକପୁର ଥାନା ଅନ୍ତର୍ଗତ  ପ୍ରୟାଗରାଜ-ଲକ୍ଷ୍ନୌ ହାଇୱେରେ ବୋଲେରୋଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ବୋଲେରୋରେ ଥିବା ସମସ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳକୁ ଯିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
Advertisment