Advertisment

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ  ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍‌ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍ ସହ ଯୋଗାଯୋଗ ଚଲାଇଛି। ୫ଜି ନେଟୱାର୍କର ବିକାଶ, ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇବା ପାଇଁ ଆମେରିକା କମ୍ପାନୀ ସହ ଆଲୋଚନା ଚାଲିଛି। କ୍ୱାଲକମ ହେଉଛି ବିଶ୍ୱର […]

author-image
Biswobandita Swain
ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

5g

ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ  ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍‌ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍ ସହ ଯୋଗାଯୋଗ ଚଲାଇଛି।

Advertisment

୫ଜି ନେଟୱାର୍କର ବିକାଶ, ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇବା ପାଇଁ ଆମେରିକା କମ୍ପାନୀ ସହ ଆଲୋଚନା ଚାଲିଛି। କ୍ୱାଲକମ ହେଉଛି ବିଶ୍ୱର ଅଗ୍ରଣୀ ୱେରଲେସ୍ ଟେକ୍ନୋଲୋଜି ଫାର୍ମ। ଏହା ୫ଜି ନେଟୱାର୍କର ବିକାଶ, ସଂପ୍ରସାରଣ ପାଇଁ କାର୍ଯ୍ୟ କରିଥାଏ।

LACରେ ଉତ୍ତେଜନାକୁ ନେଇ ସାରା ଭାରତରେ ଚୀନ ବିରୋଧୀ ସ୍ୱର ବଢିବାରେ ଲାଗିଥିଲା। ଏଥିପାଇଁ ମୁକେଶ ତାଙ୍କର ସ୍ୱପ୍ନର ୫ଜି ନେଟୱାର୍କ ପାଇଁ ଆମେରିକା କମ୍ପାନୀ ସହ ହାତ ମିଳାଇଥିବା ସୂଚନା ମିଳିଛି। କିଛି ଦିନ ତଳେ କେବଳ ଭାରତ ନୁହେଁ ଆମେରିକା ଓ ବ୍ରିଟେନ ମଧ୍ୟ ଚୀନ କମ୍ପାନୀ ହୁୱାଇ ଠାରୁ ମୁହଁ ଫେରାଇ ନେଇଥିଲେ।

Advertisment

ପୂର୍ବରୁ ଜୁଲାଇ ମାସରେ ମୁକେଶ ଅମ୍ବାନୀ ୨୦୨୧ରେ ଜିଓ ପ୍ଲାଟଫର୍ମ ପକ୍ଷରୁ ୫ଜି ନେଟୱାର୍କର ପରୀକ୍ଷାନିରୀକ୍ଷା କରାଯିବ ବୋଲି ଘୋଷଣା କରିଥିଲେ। ତେଣୁ ଜିଓ ପ୍ଲାଟଫର୍ମ ଭାରତର ପ୍ରଥମ କମ୍ପାନୀ ଭାବେ ୫ଜି ନେଟୱାର୍କ ଆଣିବ ବୋଲି ଆଶା କରାଯାଉଛି।

Advertisment
Advertisment