/odishatv-khabar/media/post_attachments/uploadimage/library/16_9/16_9_0/3f51ca7126874f08b848e584c6e297e5_18_1624947731.jpg)
Children
ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଛି। ତେବେ କେମିତି ପିଲାଙ୍କ ଶରୀରରେ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଛି ସେ ନେଇ ବିଏମ୍ସି ପକ୍ଷରୁ ସେମିତି କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ ।
ବିଏମ୍ସିର କହିବା କଥା, କୋଭିଡ୍ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଏହି ପିଲାମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ ପାରେ। ତଥ୍ୟ ଅନୁସାରେ ଏପ୍ରିଲ ପହିଲାରୁ ୧୫ ଜୁନ୍ ଯାଏ ମୁମ୍ବାଇର ମୋଟ ୨୪ ଓ୍ୱାର୍ଡରୁ ପାଖାପାଖି ୨୨ ଶହ ୭୬ ପିଲାଙ୍କ ନମୁନା ସଂଗ୍ରହ ହୋଇଥିଲା। ପ୍ରତିଓ୍ୱାର୍ଡରୁ ପ୍ରାୟ ଶହେ ଜଣ ପିଲାଙ୍କ ନମୁନା ସଂଗ୍ରହ କରାଯାଇଥିଲା।
ସେପଟେ ଶିଶୁଙ୍କ ଟିକାକରଣରେ ଆଉ ପାଦେ ଆଗକୁ ବଢ଼ିଛି ଦେଶ । ଶିଶୁଙ୍କ ଲାଗି ଉଦ୍ଧିଷ୍ଟ କରୋନା ଟିକା କୋଭାଭାକ୍ସର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ ହୋଇଛି । ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ-SIIରେ ଏହି ଟିକା ଉତ୍ପାଦନ ଆରମ୍ଭ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଅଦର ପୁନାଓ୍ୱାଲା । ଆସନ୍ତା ସେପ୍ଟେମ୍ବର ସୁଦ୍ଧା କୋଭାଭାକ୍ସ ଟିକା ଉପଲବ୍ଧ ହେବ ।
ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା ଦିଆଯାଇଛି । ଜାଏଡସ୍ କାଡିଲା ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଖୁବ୍ଶୀଘ୍ର ପିଲାଙ୍କ ପାଇଁ ଜାଏଡସ୍ କାଡିଲା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିପାରେ । ଦେଶରେ ୧୮ ବର୍ଷ ବୟସ୍କ ୯୩ରୁ ୯୪ କୋଟି ପାଖାପାଖି ପିଲା ରହିଛନ୍ତି । ଏମାନଙ୍କ ପାଇଁ ୧୮୬ କୋଟିରୁ ଅଧିକ ଡୋଜ୍ ଟିକା ଆବଶ୍ୟକ ଥିବା କେନ୍ଦ୍ର ସରକାର ସବୋର୍ଚ୍ଚ ଅଦାଲତଙ୍କୁ ଅବଗତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)