/odishatv-khabar/media/post_attachments/uploadimage/library/16_9/16_9_0/snea-1_1627294444.jpg)
snea
ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଭୟଙ୍କର ସଂଘର୍ଷରେ ୭ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କଲା ସେନା। ସେଥିମଧ୍ୟରୁ ମମ୍ପୋରେରୁ ୩ ଆତଙ୍କବାଦୀ ନିହତ କରାଯାଇଥିବା ବେଳେ ସୋପିଆନ୍ରେ ୪ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛି ସେନା। ତେବେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଗୁରବାର ରାତିରୁ ଏପର୍ଯ୍ୟନ୍ତ ପମ୍ପୋରେ ଓ ସୋପିଆନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଜାମ୍ମୁକାଶ୍ମୀର ପୁଲିସର୍ ସହଯୋଗରେ ଏହି ସର୍ଚ୍ଚ ଅପରେସନ କରାଯାଇଛି।
ତେବେ ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ୩ ଜଣଙ୍କ ଶବ ପମ୍ପୋରେରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଶବର ପତ୍ତା ମିଳିନି। ସୋପିଆନ୍ରେ ଏବେବି ଅପରେସନ ଜାରି ରହିଥିବା ବେଳେ ଦୁଇ ଶବକୁ ଉଦ୍ଧାର କରାଯାଇପାରିନଥିବା ସୂଚନା ମିଳିଛି।
ପମ୍ପୋରେର ହୋଇଥିବା ସଂଘର୍ଷରେ ଆତଙ୍କବାଦୀମାନେ ଏକ ମସ୍ଜିଦ୍ରେ ଲୁଚିଥିଲେ। ସେନା ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲା। ସେମାନେ ନମାନିବାରୁ ବାଧ୍ୟ ହୋଇ ମସ୍ଜିଦ୍ରେ ପଶିଥିଲା ସେନା। ଗୁରୁବାର ସକାଳ ଠାରୁ ଏହି ଆତଙ୍କବାଦୀମାନେ ମସ୍ଜିଦ୍ରେ ପଶିଥିଲେ। ସେବେଠାରୁ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।
ଗତକାଲି ଅପରେସନ ଆରମ୍ଭ ହୋଇଥିଲା ଆଜି ସକାଳୁ ପୁଣି ଉଭୟ ସ୍ଥାନରେ ଅପରେସନ ଆରମ୍ଭ କରାଯାଇଛି ବୋଲି ଜାମ୍ମୁ-କାଶ୍ମରୀର ପୁଲି ଡିଜି ଦିଲ୍ବାଗ ସିଂହ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ ସେନା ପମ୍ପୋରେର ଜଣେ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟରେ ପରେ ଦୁଇ ଆତଙ୍କବାଦୀ ସ୍ତାନୀୟ ଜାମିଆ ମସ୍ଜିଦ୍ରେ ପଶିଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)