/odishatv-khabar/media/post_attachments/uploadimage/library/16_9/16_9_0/Saleha-Saeed-Dar_d_1620476207.jpg)
Saleha-Saeed-Dar_d
ମୁମ୍ବାଇ: କରୋନାରେ ସଂକ୍ରମିତ ହେବା ପରେ ଜଣେ ରୋଗୀ ଭୟଭୀତ ହୋଇପଡୁଛି । ଅନେକ ରୋଗୀ କରୋନାରେ ସଂକ୍ରମିତ ହେବା ମାତ୍ରକେ ଡାକ୍ତରଖାନା ଦୌଡୁଛନ୍ତି । ଏପରିକି ଆବଶ୍ୟକତା ନଥାଇ ବି ହସ୍ପିଟାଲରେ ରହୁଛନ୍ତି । ଫଳରେ ଗୁରୁତର ରୋଗୀଙ୍କ ପାଇଁ ହସ୍ପିଟାଲ ବେଡ୍ ଅଭାବ ପଡୁଛି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ୪୦ ବର୍ଷିୟା ମହିଳା ଶ୍ୱାସ ରୋଗରେ ପୀଡିତ ଥାଇ ମଧ୍ୟ ଘରେ ରହି କରୋନାରୁ ଆରୋଗ୍ୟ ହୋଇଛନ୍ତି । ପ୍ରତି ହଜାର ଜଣରେ ସେ ଏକମାତ୍ର ଯିଏ ଘରେ ରହି କୋଭିଡ୍ରୁ ମୁକ୍ତ ହୋଇଛନ୍ତି । ସେ କିପରି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଆରୋଗ୍ୟ ହୋଇଛନ୍ତି, ସେ ପର୍ମୂଲା ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ।
୪୦ ବର୍ଷିୟା ମହିଳା ସାଲେହା ମୁମ୍ବାଇରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି । ମୁମ୍ବାଇର ସେ ଣ୍ଟ୍ରାଲ ବେଲାସିସ ରୋଡରେ ପରିବାର ସହ ସେଠାରେ ରୁହନ୍ତି । ତାଙ୍କର ସ୍ୱାମୀ ଗତ ଏପ୍ରିଲରେ ଫ୍ଲାଇଟରେ ଯାଇଥିବାରୁ ସେ କୋଭିଡ୍ ଟେଷ୍ଟ କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହା ଶୁଣି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇାଇଥିଲୋ କାହିଁକିନା ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଦେଇନଥିଲା । କିନ୍ତୁ ସପ୍ତାହେ ପୂର୍ବରୁ ତାଙ୍କର ଜ୍ୱର ଓ ଥଣ୍ଡା ହୋଇଥିଲା । ସେତେବେଳେ ଜଣେ ଫ୍ୟାମିଲି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିଥିଲେ ଓ ସୁସ୍ଥ ଅନୁଭବ କରିଥିଲେ । ସେହି ସମୟରେ ସାଲେହା ତୁରନ୍ତ କୋଭିଡ୍ ଟେଷ୍ଟ କରାଇବା ପରେ ତାଙ୍କର ମଧ୍ୟ ପଜିଟିଭ ରିପୋର୍ଟ ଆସିଥିଲା ।
/odishatv-khabar/media/post_attachments/wp-content/uploads/2021/05/download.jpg)
ଏନେଇ ସେ କହିଛନ୍ତି ଯେ, ମୋ ସ୍ୱାମୀଙ୍କ ପଜିଟିଭ ରିପୋର୍ଟ ଆସିବାର କିଛି ଦିନ ପୂର୍ବରୁ ମୋତେ ଜ୍ୱର, କାଶ, ଥଣ୍ଡା ଓ ଶ୍ୱାସଗତ ସମସ୍ୟା ଦେଖାଦେଇଥିଲା । କିନ୍ତୁ ମୁଁ ଅବହେଳା ନକରି ପରିବାର ସମସ୍ତେ କୋଭିଡ୍ ଟେଷ୍ଟ କରାଇଥିଲୁ । କିନ୍ତୁ ରିପୋର୍ଟ ୨ ଦିନ ପରେ ଆସିବ ବୋଲି କୁହାଯାଇଥିଲା । ସେଥିପାଇଁ ମୁଁ ଫ୍ୟାମିଲି ଡାକ୍ତରଙ୍କ ସହ ପରାମର୍ଶ କରିଥିଲି । ମୋତେ ନିମୋନିଆ ହୋଇଥିବାରୁ ସିଟି ସ୍କାନ କରିବା ସହ ତୁରନ୍ତ ଆଡମିଟ୍ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହି ସମୟରେ ମୋର କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲ।। ଏପ୍ରିଲ ୨୧ ସିଟି ସ୍କାନ ରିପୋର୍ଟ ଆସିବା ପରେ ୧୦ରୁ ୧୫ ପ୍ରତିଶତ ଫୁସଫୁସ୍ ପ୍ରଭାବିତ ହୋଇଥିବା ଜଣାପଡିଥିଲ।। ମୁଁ ଟିକିଏ ବିଚଳିତ ହୋଇପଡିଥିଲି । ଘରେ ରହି ଉପଯୁକ୍ତ ଚିକିତ୍ସା କଲେ ସବୁ କିଛି ଠିକ୍ ହୋଇଯିବ ବୋଲି ଡାକ୍ତର ମୋତେ ଆଶ୍ୱାସନା ଦେଇଥିଲେ ।
/odishatv-khabar/media/post_attachments/wp-content/uploads/2021/05/download-1.jpg)
ସେ କହିଛନ୍ତି, ମୋର ପିଲାଦିନ ଆଜମା ତଥା ଶ୍ୱାସଗତ ସମସ୍ୟା ରହିଛି । କୋଭିଡ୍ ସହ ସଂଗ୍ରାମ କରିବା ମୋ ପାଇଁ ସହଜ ନଥିଲା । ମୋର ବହୁତ କାଶ, କଫ ଓ ଶ୍ୱାସଗତ ସମସ୍ୟା ଦେଖାଦେଇଥିଲା । ମୋ ଅକ୍ସିଜେନର ଲେବଲ ୯୩ରୁ ୯୪ ଥିଲା । କିନ୍ତୁ ମୁଁ ଘରେ ରହି ଚିକିତ୍ସିତ ହେବି ବୋଲି ନିଷ୍ପତ୍ତି ନେଲି । କାହିଁକିନା ହସ୍ପିଟାଲ ସ୍ଥିତି ବହୁତ ଖରାପ ଥିଲା । ମୋ ଜେଜେମା ଓ ସ୍ୱାମୀ ବହୁତ ସପୋର୍ଟ ଦେଇଥିଲେ ।
ସେ କହିଛନ୍ତି ଯେ, କରୋନାରେ ଆକ୍ରାନ୍ତ ହେଲେ ଭୟଭୀତ ଓ ଚିନ୍ତାଗ୍ରସ୍ତ ହେବା ଉଚିତ୍ ନୁହେଁ । ଏହାଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଏ । ଯେତେବେଳେ ମୁଁ ଦେଶର ସ୍ଥିତି ମୁଁ ନ୍ୟୁଜ ମାଧ୍ୟମରେ ଦେଖେ ମୁଁ ଚିନ୍ତାରେ ପଡିଯାଏ । ଯଦି ଅକ୍ସିଜେନ୍ ନପାଇ ମୋର କିଛି ହୋଇଯାଏ, ମୋ ପିଲାମାନଙ୍କ ଭବିଷ୍ୟତ କିଏ ବୁଝିବ । ମୋ ବାପା ମା ଓ ପରିବାର ଏସବୁରୁ ବିରତ ରହିବା ପାଇଁ କହିବା ସହ ସବୁ ସମୟରେ ସପୋର୍ଟ କରିଥିଲେ । ସୋସିଆଲ ମିଡିଆରେ ଆସୁଥିବା ଚିନ୍ତା କରିବା ପରି ଭିଡିଓକୁ କେବେବି ଦେଖିବା କଥା ନୁହେଁ। କାହିଁକିନା ନକରାତ୍ମକ ଭିଡିଓ ରୋଗୀ ଉପରେ କୁପ୍ରଭାବ ପକାଇଥାଏ ବୋଲି ବୋଲି ସାଲେହାଙ୍କ ଫ୍ୟାମିଲି ଡାକ୍ତର ତାଙ୍କୁ କହିଥିଲେ।
ପ୍ରକାଶଥାଉକି, କରୋନା ହେବା ମାତ୍ରେ ହସ୍ପିଟାଲ ନଆସିବାକୁ ଗତକାଲି ଏସିଏସ୍ ନିବେଦନ କରିଥିଲେ । ଏମାନେ ହୋମ୍ ଆଇସୋଲେସନ୍ ରହି ଚିକିତ୍ସିତ ହେବାକୁ କହିଥିଲୋ ଏହାଦ୍ୱାରା ଗୁରୁତର ତଥା ଏକାଧିକ ରୋଗରେ ପୀଡିତ ଥିବା ରୋଗୀ ହସ୍ପିଟାଲରେ ଆସି ସମସ୍ତ ସୁବିଧା ପାଇପାରିବୋ ଏଭଳି କ୍ଷେତ୍ରରେ ସାଲେହା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)