/odishatv-khabar/media/post_attachments/uploadimage/library/16_9/16_9_0/child_1623135586.jpg)
child
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଆମେରିକା, ବ୍ରିଟେନ ପରି ଦେଶରେ ଶହଶହ ଲୋକଙ୍କ ଜୀବନ ନେଇଗଲା କରୋନା। ଭାରତରେ ମଧ୍ୟ କରୋନା ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଅନେକ ପରିବାର ଉଜାଡି ଦେଇଛି। ଅନେକ ବାପା-ମା’ଙ୍କ କୋଳ ଶୂନ୍ୟ କରିଦେଇଛି, ଅନେକ ପିଲାଙ୍କୁ ଅନାଥ କରିଦେଇଛି। ରାଷ୍ଟ୍ରୀୟ ଶିଶୁ ଅଧିକାର ଅୟୋଗ (NCPCR) ତଥ୍ୟ ଅନୁଯାୟୀ, ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତବର୍ଷ ଜୁନ୍ ୫ ତାରିଖ ସୁଦ୍ଧା ଦେଶର ତିନି ହଜାରରୁ ଅଧିକ ପିଲା ଅନାଥ ହୋଇଛନ୍ତି। ୨୬ ହଜାରରୁ ଅଧିକ ପିଲା ଯିଏ କି ସେମାନଙ୍କ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ୩୦ ହଜାରରୁ ଅଧିକ ପିଲାଙ୍କ ଯତ୍ନ ନିଆଯିବା ଆବଶ୍ୟକ ବୋଲି ଅୟୋଗ ପକ୍ଷରୁ କୁହାଯାଇଛି।
ଏ ସମସ୍ତ ଶିଶୁଙ୍କ ଗୋପନୀୟତା ସାର୍ବଜନୀନ ନ କରିବା ପାଇଁ ଆୟୋଗ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି।କାରଣ ଏହାଦ୍ୱାରା ପିଲାମାନଙ୍କ ସହ ଚୋରୀ, ଉତ୍ପୀଡନ ଆଦି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେବେ ଏହି ପିଲାମାନଙ୍କର ଅଭିଭାବକଙ୍କ ମୃତ୍ୟୁର କାରଣ କୋଭିଡ କି ଅନ୍ୟ କ’ଣ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି ଅୟୋଗ କହିଛି।
ସୁପ୍ରିମକୋର୍ଟକୁ ଦିଆଯାଇଥିବା ଆବେଦନପତ୍ରରେ କୁହାଯାଇଛି, ୩୦ ହଜାର ୭୧ ଜଣ ଶିଶୁଙ୍କ ଯତ୍ନ ନେବା ଆବଶ୍ୟକତା ରହିଛି। ଏଥିମଧ୍ୟରୁ ବାଳକଙ୍କ ସଂଖ୍ୟା ୧୫ ହଜାର ୬୨୦ ଥିବାବେଳେ ବାଳିକାଙ୍କ ସଂଖ୍ୟା ୧୪ ହଜାର ୪୪୭ ରହିଛି। ଏମାନଙ୍କ ମଧ୍ୟରେ ୪ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି।
ଏହି ପିଲାମାନଙ୍କ ମଧ୍ୟରେ୮ରୁ ୧୩ ବର୍ଷ ବର୍ଗର ପିଲାଙ୍କ ସଂଖ୍ୟା ୧୧ ହଜାର ୮୧୫ ରହିଛି। ଅନ୍ୟ ଆୟୁବର୍ଗ ପିଲାଙ୍କ ତୁଳନାରେ ଏହି ବର୍ଗ ପିଲାଙ୍କ ସଂଖ୍ୟା ଅଧିକ। ସେହିପରି ୪-୭ ବର୍ଷର ୫ ହଜାର ୧୦୭ ଜଣ ପିଲା ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରରେ ୭ ହଜାର ୮୪ ପିଲାଙ୍କ ଦେଖାଶୁଣା ଓ ଯତ୍ନ ନେବା ଆବଶ୍ୟକ। ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୩ ହଜାର ୧୭୨। ରାଜସ୍ଥାନରେ ଏହି ସଂଖ୍ୟା ୨ ହଜାର ୪୮୨। ହରିଆଣାରେ ଏହି ସଂଖ୍ୟା ୨ ହଜାର ୪୩୮। ମଧ୍ୟ ପ୍ରଦେଶରେ ୨ହଜାର ୨୪୩ ଏବଂ କେରଳରେ ଏପରି ପିଲାଙ୍କ ସଂଖ୍ୟା ୨ ହଜାର ୨।
ଶିଶୁ ଯତ୍ନ ସମ୍ପର୍କରେ ମେ’ ୨୮ ତାରିଖରେ ଆରମ୍ଭ ହୋଇଥିବା ସୋ’ ମୋଟୋ ମାମଲାର ଶୁଣାଣି ସମୟରେ ଏହି ତଥ୍ୟ ଅପଲୋଡ୍ କରିବାକୁ କୁହାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)