/odishatv-khabar/media/post_attachments/uploadimage/library/16_9/16_9_0/corona-infection-in-newsbor_1625225103.jpg)
corona-infection-in-newsbor
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଗବେଷଣା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା ଚାଲିଛି। ନବଜାତ ଶିଶୁ ଓ ସଂକ୍ରମିତ ମା’ଙ୍କୁ ନେଇ ମଧ୍ୟ ଏକ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚମକାଇ ଦେବା ଭଲି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ଫ୍ରାନ୍ସରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ, ୩୦ ପ୍ରତିଶତ ନବଜାତ ଶିଶୁ ମା’ ଗର୍ଭରେ କିମ୍ବା ପ୍ରସବ ସମୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଭେରେ କରୋନା ସଂକ୍ରମିତ ହୋଇଥିବା ୧୭୬ ଟି ମାମଲାକୁ ବିଚାରକୁ ନିଆଯାଇଥିଲା। ଏହି ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।/odishatv-khabar/media/post_attachments/uploads/1369/1920_newborn.jpg)
ଅଧିକାଂଶ ନବଜାତ ଶିଶୁ ପ୍ରସବ ପରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତ ମା'ଠାରୁ ଗର୍ଭରେ ଥିବା ଶିଶୁଙ୍କୁ କରୋନା ସଂକ୍ରମଣ ଆଶଙ୍କା ଖୁବ୍ ବୋଲି ସର୍ଭେର ଜଣାପଡ଼ିଥିଲା। ତେବେ ଅଧିକାଂଶଙ୍କ ଠାରେ ସାମାନ୍ୟ କରୋନା ଲକ୍ଷଣ ଥିବା ବେଳେ ୩ ନବଜାତଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ଏହି ମୃତ୍ୟୁ କରୋନା ଜନିତ ନଥିଲା ବୋଲି ଜଣାପଡ଼ିଛି।
ନବଜାତଙ୍କଠାରେ ଆଶଙ୍କା କମ୍ କିନ୍ତୁ ସଂକ୍ରମଣ ସମ୍ଭବ
ଦି ଗାର୍ଡିଆନ୍ ଖବର କାଗଜ ଅନୁସାରେ, ଯଦିଓ ନବଜାତଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ ଥାଏ। ତେବେ ଶିଶୁଟି ସଂକ୍ରମିତ ହେବା ପରେ କଣ ସବୁ ସମସ୍ୟା ହୋଇପାରେ, ତାହା ଜାଣିବା ପାଇଁ ଡାକ୍ତରମାନେ ବି ଇଛୁକ ଅଛନ୍ତି। ୧୭୬ ଜଣ କରୋନା ସଂକ୍ରମିତ ନବଜାତକୁ ନେଇ ଏହି ଗବେଷଣା କରାଯାଇଥିଲା। ତେବେ ଜୀବାଣୁ ବିରୋଧରେ ଲଢ଼ିବାକୁ ଶିଶୁମାନଙ୍କ ଭିତରେ ଆଣ୍ଟିବଡି ଥିବା ଦେଖିବାକୁ ମିଳିଥିଲା ବୋଲି ଗାର୍ଡିଆନ୍ ରିପୋର୍ଟ ପ୍ରକାଶ କରିଛି।
/odishatv-khabar/media/post_attachments/s/files/1/1413/8998/files/chi-n-ph-m-223833-unsplash_1024x1024.jpg)
ଅଧ୍ୟୟନ ଅନୁସାରେ, ଅଧିକାଂଶ ଶିଶୁ ପାଖାପାଖି ୭୦ ପ୍ରତିଶତ ହସ୍ପିଟାଲ୍ରେ ସଂକ୍ରମିତ ହୋଇଥିଲେ। ଏହି ସଂକ୍ରମଣ ମେଡିକାଲ୍ ଷ୍ଟାଫ୍ଙ୍କ ଦ୍ୱାରା, ମା' ଦ୍ୱାରା କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିଲା। ବାକି ୩୦ ପ୍ରତିଶତ ଶିଶୁ ଜନ୍ମ ସମୟରେ କିମ୍ବା ମା' ଗର୍ଭରେ ସଂକ୍ରମିତ ହୋଇଥିଲେ। ଯଦିଓ ନବଜାତଙ୍କୁ କରୋନା ସଂକ୍ରମଣ ଆଶଙ୍କା ଖୁବ୍ କମ ଥାଏ, ତେବେ ଏହାର ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଗବେଷଣାରେ ଜଣାପଡ଼ିଛି।
୫୦% ନବଜାତ ଲକ୍ଷଣବିହୀନ
୧୭୬ ସଂକ୍ରମିତ ନବଜାତକୁ ନେଇ ହୋଇଥିବା ଏହି ଗବେଷଣାରେ ୫୦ ପ୍ରତିଶତ ପିଲାଙ୍କ ଠାରେ କରୋନାର ଲକ୍ଷଣ ନଥିଲା। ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଥିଲା ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତଙ୍କ ଠାରେ ଫୁସ୍ଫୁସ୍ରେ ସମସ୍ୟା ଦେଖାଯାଇଥିଲା। ସେହିପରି ୫୨ ପ୍ରତିଶତଙ୍କର ଶ୍ୱାସକ୍ରିୟାରେ ସମସ୍ୟା ପରିଲକ୍ଷିତ ହୋଇଥିଲା। ୪୪ ପ୍ରତିଶତଙ୍କ ଠାରେ ଜ୍ୱର ଦେଖାଯାଇଥିବା ବେଳେ ୩୬ ପ୍ରତିଶତ ଠିକ୍ ଭାବରେ ଖାଉନଥିଲେ, ଡାଇରିଆ ଓ ବାନ୍ତି ଭଳି ସମସ୍ୟା ଦେଖାଯାଇଥିଲା।
ତେବେ ୧୮ ପ୍ରତିଶତ ସଂକ୍ରମିତ ନବଜାତଙ୍କ ମଧ୍ୟରେ ସ୍ନାୟବିକ ସମସ୍ୟା ଦେଖାଯାଇଥିଲା। କେତେକଙ୍କ ମଧ୍ୟରେ ଚିଡ଼ିଚିଡ଼ାପଣ ଦେଖାଯାଉଥିବା ବେଳେ ଅନ୍ୟ କେତେଜଣଙ୍କ ଠାରେ ମାନ୍ଦାପଣ ପରିଲଖିତ ହୋଇଥିଲା।
ସ୍ତନ୍ୟପାନରେ କୌଣସି ସମସ୍ୟା ଅଛି କି ?
ଯଦିଓ ମା’ର ପିଲାକୁ ସ୍ତନ୍ୟପାନ ବେଳେ ଡାକ୍ତରମାନେ କୌଣସି ଅଧିକ ସମସ୍ୟା ଖୋଜି ପାଇନଥିଲେ ତେବେ ମା’ ସଂକ୍ରମିତ ଥିଲେ ପିଲା ପ୍ରତି ଅତ୍ୟଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ତେବେ ମା’ଠାରୁ ଶିଶୁକୁ ସଂକ୍ରମିତ ହେବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଡାକ୍ତର କହିଥିଲେ।
ଆହୁରି ପଢ଼ନ୍ତୁ-
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)