/odishatv-khabar/media/post_attachments/uploadimage/library/16_9/16_9_0/terrorist_1620731446.jpg)
terrorist
ଜମ୍ମୁ: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ କୋକେରନାଗ ଅଞ୍ଚଳରେ ହୋଇଛି ଏନକାଉଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କୋକେରନାଗ ଭାଏଲୋ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ।
Advertisment
ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ପୋଲିସ ଆଇଜି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)