/odishatv-khabar/media/post_attachments/uploadimage/library/16_9/16_9_0/1-30_1626759283.jpg)
1
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବୁଡଗାମ ଜିଲ୍ଲାରେ ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡଗାମ ଜିଲ୍ଲାର ସୁସ୍ତୁ ଗାଁରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ତାର ଜବାବ୍ ଦେଇ ଗୁଳିବର୍ଷା କରିଥିଲେ। ଫଳରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏବେ ବି ଜଣେ ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଅପରେସନ ବେଳେ ୪ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ତୃତୀୟ ଏନ୍କାଉଣ୍ଟର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)