Advertisment

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ପୁଲୱାମା: ଆତଙ୍କବାଦୀଙ୍କୁ ପୁଣି ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। ଦକ୍ଷିଣ କାଶ୍ମୀର ହକ୍ରିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହକ୍ରିପୋରା ଠାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜାମ୍ମୁ ଓ କାଶ୍ମୀର ପୋଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ସ୍ଥାନକୁ କର୍ଡୋନ୍ କରିବା […]

ଅଦ୍ୟତନ ହୋଇଛି
୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

jammus-kashmir

Advertisment

ପୁଲୱାମା: ଆତଙ୍କବାଦୀଙ୍କୁ ପୁଣି ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଦୁଇ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। ଦକ୍ଷିଣ କାଶ୍ମୀର ହକ୍ରିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ହକ୍ରିପୋରା ଠାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜାମ୍ମୁ ଓ କାଶ୍ମୀର ପୋଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ସ୍ଥାନକୁ କର୍ଡୋନ୍ କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା। ଏହି ସମୟରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲା।

ଏହାର କିଛି ଘଣ୍ଟା ପୂର୍ବରୁ ସେନା ସୋପିଆନ୍‌ରେ ଆଉ ଏକ ଏନ୍‌କାଉଣ୍ଟର କରିଥିଲା। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୋମବାର ସନ୍ଧ୍ୟାରେ ଜୈନପୁରାର ମେଲହୁରାଠାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଆତଙ୍କବାଦୀମାନେ ଭୟଭୀତ ହୋଇ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା। ସେନାର ପାଲଟା ଯବାବରେ ଗତକାଲି ସନ୍ଧ୍ୟାରେ ଜଣେ ଓ ଆଜି ସକାଳେ ଅନ୍ୟଜଣ ଆତଙ୍କବାଦୀ ନିହତ ହୋଇଥିଲା। ଏହାକୁ ମିଶାଇ ଦକ୍ଷିଣ କାଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୪ ଆତଙ୍କବାଦୀ ନିହତ ହେଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ